କୃଷି ଉଡାଣ ଯୋଜନାରେ ସାମିଲ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

କୃଷି ଉଡାଣ ଯୋଜନା ୨.୦ରେ ସାମିଲ ହେଲା ଝାରସୁଗୁଡା ବିମାନ ବନ୍ଦର। ଏହି ଯୋଜନା ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ କରାଯାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡା ବିମାନ ବନ୍ଦର ରହିଛି।୨୦୨୧ ଅକ୍ଟୋବର ୨୭ ତାରିଖରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା ହୋଇଥିଲା। ଏହାର ଅଧିନରେ ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ ହୋଇ ଖାଦ୍ୟ ପରିବହନ ସୁବିଧା ପାଇବାକୁ ଯାଉଛି। ଉତ୍ପାଦକମାନେ ଝାରସୁଗୁଡା ବିମାନ ବନ୍ଦର ମାଧ୍ୟମରେ ସେମାନଙ୍କର ଉତ୍ପାଦକୁ ବିମାନ ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ପାରିବେ। ଝାରସୁଗୁଡା ବିମାନ ବନ୍ଦରକୁ କୃଷି ଉଡାନ ଯୋଜନା ୨.୦ରେ ସାମିଲ କରିବା ପାଇଁ ଝାରସୁଗୁଡ଼ା ସମେତ ପଡୋଶୀ ଜିଲ୍ଲାର ଚାଷୀ ମାନେ ମଧ୍ୟ ଦାବି କରୁଥିଲେ। ଏବେ ସେହି ଦାବି ପୂରଣ ହୋଇଛି।

Spread the love