ଚାଲିଥିଲା ବେଆଇନ କୁକୁଡ଼ା ପଡା, ପହଞ୍ଚିଗଲା ପୋଲିସ, ବାଉଁଶ ଓ ଜାଲରେ ଲଗାଇଦେଲା ନିଆଁ

ପାଟଣା, ୧୭/୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହିରାପଶି ଗ୍ରାମରେ ବେଆଇନ ଭାବେ କୁକୁଡ଼ା ପଡା ଚାଲିଥିବା ବେଳେ ପଡ଼ାରେ ହଜାର ହଜାର ଲୋକଙ୍କ ଗହଳି ଲାଗି ରହିଥିଲା । ଖବର ପାଇ ଆଜି ଅପରାହ୍ନରେ ତୁରୁମୁଙ୍ଗା ପୁଲିସ କୁକୁଡ଼ା ପଡାରେ ପହଞ୍ଚି ଚଢ଼ାଉ କରିଥିଲା l ପୋଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ପାରିନଥିବା ବେଳେ କୁକୁଡ଼ା ପଡାକୁ ଭାଙ୍ଗି ବାଉଁଶ ଓ ଘେରାଉ କରିଥିବା ପ୍ଲାଷ୍ଟିକ ଜାଲକୁ ନିଆଁ ଲଗାଇ ଜାଳି ଦେଇଛି ପୋଲିସ ।

Spread the love