ଆଜି ଶୁଣାଣି କ’ଣ ହେବ କୁଳଭୂଷଣଙ୍କ ଭାଗ୍ୟ

ଆଜିଠାରୁ ଆରମ୍ଭ ହେବ କୁଳଭୂଷଣ ମାମଲାର ଶୁଣାଣି । ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି । ଆଜି ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି । ପାକିସ୍ତାନୀ ସେନାର ଅଦାଲତ 2019 ମସିହାରେ ଗୁପ୍ତଚର ଓ ଆତଙ୍କବାଦୀ ଅଭିଯୋଗରେ କୁଳଭୂଷଣଙ୍କୁ ଦଣ୍ଡାଦେଶ ଶୁଣାଇଛି ପାକିସ୍ତାନ ।

ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ଏହାକୁ ବିରୋଧ କରିଥିଲା । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ମାନସିକତା ଓ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାରତ ଆଇସିଜେରେ ଅଭିଯୋଗ କରିଥିଲା । ଏହାପରେ ଆଇସିଜେର 10 ଜଣିଆ ଖଣ୍ଡପୀଠ ପାକିସ୍ତାନର ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ତେବେ ଭାରତ ପକ୍ଷରୁ ଆଜି ହରିଶ ସାଲଭେ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ । ପାକିସ୍ତାନ ପଟୁ ଆସନ୍ତାକାଲି ଯୁକ୍ତି ଉପସ୍ଥାପନ କରାଯିବ

Spread the love