ସୌନ୍ଦର୍ଯ୍ୟ ବୃଦ୍ଧି କରେ ଲବଙ୍ଗ ତେଲ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ଅନ୍ୟପକ୍ଷରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ ରହିଛି। ଏହାର ତେଲକୁ ମୁହଁରେ ଲଗାଇଲେ ନାଲି ବ୍ରଣ ସମସ୍ୟାରୁ ମୁକ୍ତି ମିଳେ। ତେବେ ଜାଣନ୍ତୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିପରି କରିବେ ଲବଙ୍ଗ ବ୍ୟବହାର।

ପ୍ରାକୃତିକ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଏହି ତେଲ ମୁହଁରେ ମାଲିସ କଲେ ଖୁବ୍‌ ଅଳ୍ପଦିନ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥାଏ।

 ଲବଙ୍ଗରେ ଆଣ୍ଟିସେଫ୍ଟି, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ୱଚା ଭିତରକୁ ଯାଇ ଅନେକ ସମସ୍ୟା ଦୂର କରିଥାଏ।

 ଯଦି ବ୍ରଣ ବା ନାଲି ଦାଗ ସମସ୍ୟା ନେଇ ଚିନ୍ତିତ ଥାଆନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହି ତେଲ ଶରୀରର ଶୁଷ୍କତାକୁ ଦୂର କରିଥାଏ।

ଏହାର ବ୍ୟବହାର କିପରି କରିବା –
ଲବଙ୍ଗ ତେଲ ଅଧିକ କଟୁ ହୋଇଥାଏ। ଯଦି ଏହାକୁ ବ୍ୟବହାର କରୁଛନ୍ତି, ତେବେ ବାଦାମ କିମ୍ବା ନଡ଼ିଆ ତେଲରେ ମିଶାଇ ବ୍ୟବହାର କରନ୍ତୁ। ନଚେତ ଖାଲି ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ।

 ୨ ବୁନ୍ଦା ଲବଙ୍ଗ ତେଲ ଓ ୫ ବୁନ୍ଦା ନଡ଼ିଆ ତେଲ ମିଶାଇ ମୁହଁରେ ମାଲିସ କଲେ ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

Spread the love