ପିଏଚଡି, ପିଜିି ଓ ଏମ.ଫିଲ ପିଲାଙ୍କ ପାଇଁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ଲାବୋରେଟୋରୀ

ନଭେମ୍ବର ୩୦ରେ ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଏହି ଗାଇଡଲାଇନରେ ଡିସେମ୍ବର ୧ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ କୋଭିଡ ଗାଇଡଲାଇନ ସହ ଖୋଲିବାକୁ ଅନୁମତି ଦେବା ସହ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି ରାଜ୍ୟ ସରକାର କହିଥିଲେ। ଆଜି ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସରଣ କରି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜର କୁଳପତି ଏବଂ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି।

 

ଚିଠିରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ପିଏଚଡି, ପିଜିି ଓ ଏମ.ଫିଲ ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜର ଲାବୋରେଟୋରୀ ଖୋଲିବାକୁ କୁହାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ଲାବୋରେଟୋରୀ କାମ ଆବଶ୍ୟକ କରନ୍ତି, କେବଳ ସେମାନଙ୍କ ପାଇଁ କରୋନା କଟକଣା ସହ ଲାବୋରେଟୋରୀ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ।
Spread the love