ଲେବର ପାର୍ଟିକୁ ଝଟକା ଦେଲେ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ ସାଧାରଣ ନିର୍ବାଚନରେ ଜମ୍ମୁ କଶ୍ମୀର ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି ଲେବର ପାର୍ଟିକୁ। କଶ୍ମୀର ବିରୋଧୀ ମନ୍ତବ୍ୟ ଦେଉଥିବା ଲେବର ପାର୍ଟି ସାଧାରଣ ନିର୍ବାଚନରେ ଶୋଚନାୟ ପରାଜୟ ବରଣ କରିଛି। କ୍ଷମତାକୁ ଫେରିଲେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି ଲେବର ପାର୍ଟିର ପ୍ରମୁଖ ନେତା ଜେରେମି କାର୍ବିନ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କ ଦଳକୁ ସମର୍ଥନ ନକରିବାରୁ ଶୋଚନୀୟ ପରାଜୟ ହୋଇଛି। ଯାହାକି ୧୯୩୫ ମସିହା ସାଧାରଣ ନିର୍ବାଚନ ପରେ ଲେବର ପାର୍ଟିର ସବୁଠୁ ଖରାପ ଫଳାଫଳ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବ୍ରିଟେନରେ କଂଗ୍ରେସ ପ୍ରତିନିଧି ଦଳଙ୍କୁ କାର୍ବିନ ଭେଟିଥିଲେ ବୋଲି ଟୁଇଟ୍ କରି କହିଥିଲେ। ଏମିତିକି କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି ବୋଲି କାର୍ବିନ କହିଥିଲେ। କାର୍ବିନ ଓ କଂଗ୍ରେସ ଏହି ବୈଠକକୁ ଗୁପ୍ତ ରଖିଥିଲେ। ତେବେ କାର୍ବିନ ଟୁଇଟ୍ କରି କହିଦେବା ପରେ କଂଗ୍ରେସକୁ ଅନେକ ସଫେଇ ଦେବାକୁ ପଡ଼ିଥିଲା।

Spread the love