ଭୂକମ୍ପରେ ଦୋହଲିଲା ଲଦାଖ ମାଟି, ୪.୩ ତୀବ୍ରତାରେ କମ୍ପନ ଅନୁଭୂତ

ଲଦାଖ ୧୯/୦୯: ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏହାପୂର୍ବରୁ ଶନିବାର-ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା ।

ତାଇୱାନର ଅନେକ ସ୍ଥାନରେ ରାସ୍ତା ଘାଟ ଫାଟିଯାଇଛି । ବ୍ରିଜ୍ ଭୂଶୁଡିଯାଇଛି । ସ୍ଥିତି ଏମିତି ହୋଇଥିଲା ଯେ, ଟ୍ରେନଗୁଡିକ ଟ୍ରାକ ଚ୍ୟୁତ ହୋଇଥିଲା । ବ୍ରିଜ୍ ଭାଙ୍ଗିବା ହେତୁ ଅନେକ ଗାଡି ବ୍ରିଜ ତଳେ ଦବିଯାଇଥିଲା । ଭୂକମ୍ପ ଯୋଗୁଁ ତାଇୱାନରୁ ଜାପାନରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା ।

Spread the love