ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ଖସୁଛି ପାରଦ

ପାହାଡରେ ହୀମପାତ ଓ ସମତଳ ଅଞ୍ଚଳରେ ବର୍ଷା ଅକ୍ଟୋବରରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ସର୍ବନିମ୍ନ ତାପମାତ୍ରା ହ୍ରାସ କରିଛି। ଶନିବାର ରାଜଧାନୀ ଶ୍ରୀନଗରରେ ଦିନର ସର୍ବାଧିକ ତାପମାତ୍ରା ୬.୬ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା। ରବିବାର ପାଗରେ ସେପରି ପରିବର୍ତ୍ତନ ହୋଇନାହିଁ।  ଦୀର୍ଘ ୩୯ ବର୍ଷ ପରେ ପ୍ରଥମ ଥର ଅକ୍ଟୋବରରେ ଜମ୍ମୁ-କାଶ୍ମୀରର ତାପମାତ୍ରା ଏପରି ହ୍ରାସ ହୋଇଥିବା ପାଣିପାଗ ବିଭାଗ କହିଛନ୍ତି।

ବିଭାଗଙ୍କ ସୂଚନା ଅନୁସାରେ ଏହା ପୂର୍ବରୁ ଅକ୍ଟୋବର ୧୯୮୨ ମସିହାରେ ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୫.୦ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିଲା। ୩୯ ବର୍ଷ ପରେ ଅଧିକତମ ତାପମାତ୍ରା ୬.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ରବିବାର ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ପହଲଗାମରେ ଶୁନରୁ ୦.୧ ଡିଗ୍ରି ଓ ଗୁଲମର୍ଗରେ ଶୁନରୁ ୩.୦ ଡିଗ୍ରି ସେଲସିୟସ୍ ରକେର୍ଡ ହୋଇଛି।

ସେହିପରି ଲଦ୍ଦାଖ ଖେତ୍ରର ଲେହରେ ରାତିର ତାପମାତ୍ରା ୦.୯ ଓ କାରଗିଲରେ ୦.୨ ଡିଗ୍ରି ସେଲସିୟସକୁ ପହଞ୍ଚିଛି। ରବିବାର ଜମ୍ମୁ ଶହରରେ ସର୍ବାଧିକ ତାପମାତ୍ରା ୧୬.୩, ବନିହାଲରେ ୪.୨, ବଟୋଟେରେ ୬.୧, କଟରାରେ ୧୨.୭ ଓ ଭଦ୍ରବାହରେ ୪.୯ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ପୃଥକ ପୃଥକ ସ୍ଥାନରେ ବର୍ଷା ସାଙ୍ଗକୁ ବାଦଲ ଛାଇ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

Spread the love