ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଉତ୍ସବ ମୁଖର ରାଇରଙ୍ଗପୁର, ଚାଲିଛି ୨୦ ହଜାର ଲଡ଼ୁ ପ୍ରସ୍ତୁତି

ଆସନ୍ତାକାଲି ରହିଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ଉତ୍ସବ ମୁଖର ହୋଇ ଉଠିଛି ରାଇରଙ୍ଗପୁର ସହର। ଦିନକ ପୂର୍ବରୁ ହିଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ନେଇ ରାଇରଙ୍ଗପୁରରେ ଚାଲିଛି ପ୍ରସ୍ତୁତି। ରାଇରଙ୍ଗପୁରର ରଙ୍ଗଲାଲ ଧର୍ମଶାଳାରେ ୨୦ ହଜାର ଲଡ଼ୁ ପ୍ରସ୍ତୁତି ଚାଲିଛି । ଉତ୍ସବ ପାଳନ ନେଇ ରାଇରଙ୍ଗପୁରବାସୀ କରୁଛନ୍ତି ପ୍ରସ୍ତୁତି ।

Spread the love