ଓଜନ ହ୍ରାସଠାରୁ ଆରମ୍ଭ କରି କ୍ୟାନସର, କେଶ ସମସ୍ୟା ଆଦିକୁ ଚୁଟକିରେ ଦୂର କରିଥାଏ ଭେଣ୍ଡି

ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ, ଲୌହ ଓ ଫସଫରସ ଭଳି ଫାଇଦାଯୁକ୍ତ ପୋଷାକ ତତ୍ତ୍ୱ ଭରି ରହିଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଭେଣ୍ଡିରେ ଥିବା ତତ୍ତ୍ୱ ଖାଦ୍ୟନଳୀର ନିମ୍ନଭାଗରେ ହେଉଥିବା କୋଲୋନ କ୍ୟାନ୍ସରର ବିଷାକ୍ତ ତତ୍ତ୍ୱଗୁଡ଼ିକୁ ଦୂର କରି ଦେଇଥାଏ। ଆଜି ଆମେ ଆପଣଙ୍କୁ ଭେଣ୍ଡିର ଅନ୍ୟାନ୍ୟ ଫାଇଦା ବିଷୟରେ କହିବୁ।

୧. ଓଜନ ହ୍ରାସ: ଓଜନକୁ କଣ୍ଟ୍ରୋଲ କରିବାରେ ଭେଣ୍ଡି ବେଶ ଲାଭଦାୟକ ହୋଇଥାଏ। ଭେଣ୍ଡି ଶରୀରରେ ଫ୍ୟାଟ ବଢାଇବାକୁ ଦେଇ ନ ଥାଏ, ଯେଉଁ କାରଣରୁ ଶରୀରରେ ଅତିରିକ୍ତ ଚର୍ବି କମ ହେବାରେ ଲାଗିଥାଏ।

୨. ଏନିମିଆରୁ ବଞ୍ଚାଇଥାଏ: ସବୁଜ ଭେଣ୍ଡିରେ ଥିବା ଆଇରନ ତତ୍ତ୍ୱ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ରକ୍ତରେ ହିମୋଗ୍ଲୋବିନ ନିର୍ମାଣ କରିଥାଏ, ଯଦ୍ଦ୍ୱାରା ଆପଣ ଏନିମିଆରୁ ବଞ୍ଚି ରହିଥାନ୍ତି। ଏଥି ସହିତ ଭେଣ୍ଡିରେ ଥିବା ଭିଟାମିନ ରକ୍ତସ୍ରାବକୁ ରୋକିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ୱାରା ମୁସ୍କିଲ ପରିସ୍ଥିତିରେ ଶରୀରରୁ ରକ୍ତସ୍ରାବ ବହୁତ କମ ହୋଇଥାଏ।

୩. କେଶ ପାଇଁ ଲାଭଦାୟକ: ଭେଣ୍ଡିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଲମ୍ବା ସମୟ ପର୍ଯ୍ୟନ୍ତ କଳା ଏବଂ ଘନ ରହିଥାଏ। ଏହା ରୂପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ରୁକ୍ଷ କେଶରୁ ମୁକ୍ତି ପାଇବା ପାଇଁ ଭେଣ୍ଡିକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ ଏବଂ ଏଥିରେ ଅଧା ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଏହାକୁ ମୁଣ୍ଡ ଧୋଇବାରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ କେଶକୁ ଅନେକ ଫାଇଦା ମିଳିବ।

Spread the love