ମହାଙ୍ଗା ପଡିଲା ସମଲିଙ୍ଗୀ ପ୍ରେମ; ଗିରଫ ହେଲେ ମହିଳା ସବ୍‌ଇନ୍ସପେକ୍ଟର

ଭଦ୍ରକ: ମହାଙ୍ଗା ପଡିଲା ସମଲିଙ୍ଗୀ ପ୍ରେମ। ପ୍ରତାରଣା ପରେ ଥାନାରେ ପହଁଚିଲା ମାମଲା। ଜନୈକ ମହିଳା ପୁଲିସ ଅଧୁକାରୀ ଯେକି ଭଦ୍ରକ ଜିଲ୍ଲା ଚୂଡାମଣି  ମେରାଇନ ଥାନାରେ କର୍ତ୍ତବ୍ୟରତା ଗିରଫ ହୋଇଛନ୍ତି। ତାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଅନ୍ତର୍ଗତ କୋକୋରା ଅଞ୍ଚଳର ଜନୈକ ମହିଳା। ମହିଳାଙ୍କ ଅଭିଯୋଗ ଅନୁଯାଇ ତାଙ୍କୁ ମହିଳା ସବ୍‌ଇନ୍ସପେକ୍ଟର ବିଭିନ୍ନ ଅମାନୁଷିକ ଯୌନ ଶୋଷଣ ଦେଇଛନ୍ତି। ତେବେ ଅଭିଯୋଗକୁ ଭିତିକରି ଭଦ୍ରକ ସହରାଞ୍ଚଳ ଥାନା ପୁଲିସ ସମ୍ପୃକ୍ତ ମହିଳା ସବଇନ୍ସପେକ୍ଟରଙ୍କୁ ଗିରଫ କରି ତାଙ୍କର ଡାକ୍ତରୀ ମଇନା କରି ତାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କର ବେଲ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Spread the love