ୱେଟିଂ ହଲରେ ବହି ପଢିପାରିବେ ଅଭିଯୋଗକାରୀ, ଉଦଘାଟନ ହେଲା ନୂତନ ଲାଇବ୍ରେରୀ

ଭୁବନେଶ୍ୱର: ଡିସିପି ଅଫିସରେ ଉଦଘାଟନ ହେଲା ନୂତନ ଲାଇବ୍ରେରୀ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟନ କରିଛନ୍ତି । ଡକ୍ଟର ବିଜୟ ସାହୁ ଫାଉଣ୍ଡେସନ ସହାୟତାରେ ଏହି ଲାଇବ୍ରେରୀ ନିର୍ମାଣ କରାଯାଇଛି ।

ଡିସିପି ଅଫିସକୁ ଗ୍ରୀଭାନ୍ସ ପାଇଁ ଆସୁଥିବା ଲୋକଙ୍କ ପାଇଁ ଏହି ଓ୍ବେଟିଂ ହଲ କମ ଲାଇବ୍ରେରୀ ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସ୍କୁଲ ବାହାରେ ଏହା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ଲାଇବ୍ରେରୀ । ଆଜି ଉଦଘାଟନ ଉତ୍ସବରେ ସାଇ ଇଣ୍ଟରନ୍ୟାସନଲ ସ୍କୁଲ ଚେୟାରମ୍ୟାନ ଶିଳ୍ପୀ ସାହୁ ଯୋଗ ଦେଇଥିଲେ ।

Spread the love