ଲକ୍ଷ୍ମୀପୁର ଘଟଣାକୁ ନରସଂହାର ଦର୍ଶାଇଲେ ରାହୁଲ, କହିଲେ- ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ

ନୂଆଦିଲ୍ଲୀ ୦୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ ରବିବାର ବିଜେପି ନେତା ତଥା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡି କୃଷକଙ୍କ ଉପରେ ଚଢିଯିବା ମାମଲା ବଡ ରୂପ ନେବାରେ ଲାଗିଛି। ଏହାର ସ୍ଵର ଦିଲ୍ଲୀ ପର୍ଯ୍ୟନ୍ତ ଶୁଣିବାକୁ ମିଳିଲାଣି। ଏହି ଘଟଣାରେ ତିନି ଜଣ କୃଷକଙ୍କ ମୃତ୍ୟୁ ଘଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ନରସଂହାର ଦର୍ଶାଇଛନ୍ତି। ଏଥିସହ କିଷାନ ସତ୍ୟାଗ୍ରହ ଜିନ୍ଦାବାଦର ନାରା ମଧ୍ୟ ଦେଇଛନ୍ତି।

ରାହୁଲ୍ ଟ୍ଵିଟ୍ କରି କହିଛନ୍ତି, “ଯିଏ ଏହି ଅମାନବୀୟ ନରସଂହାର ଦେଖି ମଧ୍ୟ ଚୁପ୍ ରହିଛି, ସେ ପୂର୍ବରୁ ମରି ସାରିଛି। ମାତ୍ର ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ- କିଷାନ ସତ୍ୟାଗ୍ରହ ଜିନ୍ଦାବାଦ !”

ସୂଚନାଯୋଗ୍ୟ, ସଂଯୁକ୍ତ କିଷାନ ମୋର୍ଚ୍ଚାଙ୍କ ଅଭିଯୋଗ ଅନୁଯାୟୀ, ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଆଶିଷ ମିଶ୍ର ନିଜ ଗାଡିରେ ତିନି କୃଷକଙ୍କୁ ଦଳି ମାରି ଦେଇଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଡିପି ମୁକୁଲ ଗୋଏଲ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଣ ମାମଲା

ରବିବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରରଙ୍କ ବନବୀର ଗାଁରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଯୋଗ ଦେଇଥିଲେ। କୁହାଯାଉଛି କେଶ ବ ମୌର୍ଯ୍ୟଙ୍କ ହେଲିକପ୍ଟର ଯେଉଁ    ହେଲିପ୍ୟାଡ୍‌ରେ ଅବତରଣ କରିବାର ଥିଲା, ସେଠାରେ ସକାଳୁ ହିଁ କୃଷକ କଳା ପତାକା ନେଇ ଧାରଣା ଦେବା ଆରମ୍ଭ କରି ଦେଇଥିଲେ। ବହୁତ ମନାଇବା ପରେ ମଧ୍ୟ କୃଷକ ହଟି ନଥିଲେ। ଏହି ସମୟରେ ସେଠାକୁ ବିଜେପି କର୍ମୀ ମଧ୍ୟ ପହଞ୍ଚି ଯାଇଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ ଏବଂ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଏହି ସମୟରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କ କାର କୃଷକଙ୍କୁ ଦଳି ଦେଇଥିଲା। ଏଥିରେ  ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

Spread the love