ଚାକିରୀ କରାଇଦେବା ନାଁରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

କଟକ : ବିଭିନ୍ନ ଫାଇନାନ୍ସ ସଂସ୍ଥାରୁ ଲୋକଙ୍କ ନାମରେ ଧାନକଟା ମେସିନ, ଏଲସିଡି, ବୁଲେଟ, ଏସି, ଫ୍ରିଜ୍ ଆଦି ନେଇଯିବା ସହ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଷୋମପୁର ଶାଖାରୁ ଅନ୍ୟ ଜଣଙ୍କ ନାମରେ କୃଷିଋଣ ଉଠାଇ ଅର୍ଥ ଆତ୍ମସାତ କରିଥିବା କୁଖ୍ୟାତ ଠକ ଗିରଫ। କିଶନ ନଗର ଥାନା ଅଧିନସ୍ଥ କୋଟୁଆଁ ଗ୍ରାମର ରାଜୀଵଲୋଚନ ପଣ୍ଡା(୩୮)କୁ କଟକ ଜିଲ୍ଲାର କିଶନନଗର ଥାନା ପୁଲିସ ଯାଜପୁରର କୁଆଖିଆରୁ ଗିରଫ କରିଛି । ଠକ ରାଜୀଵଲୋଚନ ଗିରଫ ହେବାର ଖବର ଜଣା ପଡିବା ପରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ମାନେ ଅଭିଯୋଗ କରିବା ପାଇଁ ଲମ୍ବା ଲାଇନ ଲାଗିଛି।ରାଜୀଵଲୋଚନଙ୍କ ଠକାମି କରିବାର କୌଶଳ ନିଆରା । ସରଳ ଜନ ସାଧାରଣଙ୍କୁ ଚାକିରୀ କରାଇଦେବି କହି ଆଧାର ହଟେଇବା ପରେ ସେହି ଆଧାରରେ ବିଭିନ୍ନ ଫାଇନାନ୍ସ ଠାରୁ ନାମୀ ଦାମୀ ଜିନିଷ ଲୋନରେ ଆଣି ତାକୁ ବିକି ଦିଅନ୍ତି ଏଇ ଭଳି ଭାବରେ ପ୍ରାୟ କୋଟିଏ ଟଙ୍କାର ଚୂନ ମାରିଛନ୍ତି।

ସେହି ଅର୍ଥରେ ସେ ବିଳାସପୂଣ୍ଣ ଜୀବନ ଅତିବାହିତ କରୁଥିଲେ।ଗତ ଫେବୃଆରୀ ୨୩ ତାରିଖରେ କିଶନ ନଗର ଥାନାରେ ଅଭିଯୋଗ କରାଯାଇଥିଲା।ଏ ନେଇ ପୋଲିସ  ଆଇପିସିର ଦଫା ୪୨୦ ଓ ୫୦୭ ଧାରାରେ ଏକ ମାମଲା(କେସ ନମ୍ବର-୩୫/୨୩)ରୁଜୁ କରିଥିଲା।ଅଭିଯୁକ୍ତର ମୋବାଇଲି ଟ୍ରାକିଂ କରି ଯାଜପୁର ର କୁଆଖିଆ ରୁ ଧରିଥିଲା।ଏ ସମ୍ବନ୍ଧରେ ପୋଲିସ  କହିବା କଥା ତଦନ୍ତ ଚାଲିଛି ଅଭିଯୋଗ କାରୀଙ୍କ ସଂଖ୍ୟା ବଢିଚାଲିଛି।ତଦନ୍ତ ଶେଷ ହେଲା ପରେ ସଂପୂର୍ଣ୍ଣ ତଥ୍ୟ ଦେବୁ।ପୋଲିସ ଠିକି ଭାବେ ତଦନ୍ତ କରି ଉଚିତ ନ୍ୟାୟ ଦେବା ପାଇଁ ଅଭିଯୋଗ କାରୀ ଦାବି କରିଛନ୍ତି |

Spread the love