ଲାଲକିଲ୍ଲା ଆମର’: ଅଧିକାର ଜାହିର କଲେ ମୋଗଲ ବଂଶଜ

ନୂଆଦିଲ୍ଲୀ ୩୧/୧୨:   ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଉପରେ ଅଧିକାର ଜାହିର କରିଥିବା ଶେଷ ମୋଗଲ ସମ୍ରାଟ୍ ବାହାଦୂର ଶାହଙ୍କ ଅଣ ନାତିଙ୍କ ବୋହୂଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅଣନାତି ବୋହୂ ସୁଲତାନା ବେଗମ ଲାଲକିଲ୍ଲା ଉପରେ ଅଧିକାର ଜାହିର କରିବା ସହ ମାମଲା କରିଥିଲେ । ଯାହା ଖାରଜ ହୋଇଯାଇଛି ।

ସୁଲତାନାଙ୍କ କହିବାନୁସାରେ, ୧୮୫୭ରେ ବ୍ରିଟିଶ ସରକାର ଜବରଦସ୍ତି ଲାଲକିଲ୍ଲାକୁ କବଜା କରିନେଇଥିଲେ । କୋର୍ଟ କିନ୍ତୁ ଆବେଦନର ଠିକସେ ଶୁଣାଣି ନକରି ବିଳମ୍ବ କାରଣରୁ ଏହାକୁ ଖାରଜ କରିଦେଇଛନ୍ତି ।

ସେ ନିଜ ଆବେଦନରେ ଆହୁରି କହିଥିଲେ ଯେ, ବ୍ରିଟିଶ ସରକାର ଲାଲକିଲ୍ଲାକୁ କବଜା କରି ବାହଦୁର ଜାଫରଙ୍କୁ ଗିରଫ କରି ରେଙ୍ଗୁନ ପଠାଇ ଦେଇଥିଲା । ନିର୍ବାଚନ ବେଳେ ୧୮୭୨ରେ ହିଁ ବାହଦୁର ଶାହଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ଧରି ଜାଫରଙ୍କ କବର କେଉଁଠି ଅଛି ତାହା କେହି ଜାଣି ପାରିନଥିଲେ । ବ୍ରିଟିଶ ସରକାର ଲୁଚାଚୋରାରେ ଜାଫରଙ୍କୁ କବର ଦେଇଥିଲା । ଲାଲକିଲ୍ଲାକୁ ମୋହଲ ସମ୍ରାଟ ଶାହଜାହାନ ଯମୁନା ନଦୀ କୂଳରେ ତିଆରି କରିଥିଲେ । ଔରଙ୍ଗଜେବ ମୋତି ମସଜିଦ୍ ନିର୍ମାଣ କରିଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀ ଲାଲକିଲ୍ଲା ଲୁଟ୍ କରି କବଜା କରିନେଇଥିଲା ।

ତେବେ ହାଇକୋର୍ଟ କହିଛନ୍ତି ଯେ, ସୁଲତାନାଙ୍କ ପୂର୍ବଜ ଲାଲକିଲ୍ଲା ଉପରେ ଅଧିକାର ନେଇ କିଛି କହିନାହାଁନ୍ତି । ଏଥିପାଇଁ କୋର୍ଟ କିଛି କରିପାରିବେ ନାହିଁ । ଆବେଦନ କରିବା ପାଇଁ ଏତେ ବିଳମ୍ବ କାହିଁକି ହେଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଆବେଦନକର୍ତ୍ତା ଏଥିପାଇଁ କୌଣସି ସ୍ପଷ୍ଟିକରଣ ଦେଇ ନାହାଁନ୍ତି । ଏହି ଆବେଦନର ଶୁଣାଣି ।

ସୂଚନାଯୋଗ୍ୟ, ସୁଲତାନା ଶେଷ ମୋଗଲ ସମ୍ରାଟ୍ ବାହଦୂର ଶାହ ଜାଫର-୨ଙ୍କ ଅଣନାତି ମହମ୍ମଦ ବଖତଙ୍କ ପତ୍ନୀ ଅଟନ୍ତି । ଯେ କି ୧୯୮୦ ମେ ୨୨ରେ ପ୍ରାଣ ହରାଇଥିଲେ । ଯେବେ ଭାରତ ସ୍ୱାଧିନ ହୋଇଥିଲା ସେତେବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏଠାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।

Spread the love