ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ 5 ବର୍ଷ ଜେଲ୍, 60 ଲକ୍ଷ ଜରିମାନା

ବିହାର ୨୧/୦୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ । ବିହାର ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ ଦଣ୍ଡାଦେଶ ହୋଇଛି । ଡୋରଣ୍ଡା ଟ୍ରେଜେରୀ ମାମଲାରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ । ୫ ବର୍ଷର ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷର ଜରିମାନା ନିର୍ଦ୍ଦେଶ ରହିଛି ।

ସୂଚନା ଥାଉକି, ଫେବୃଆରୀ ୧୫ରେ, ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ଯାଦବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ୧୩୯.୫ କୋଟି ଟଙ୍କାର ଡୋରାଣ୍ଡା ଟ୍ରେଜେରୀ ସହିତ ଜଡ଼ିତ ଚୋରା ଚାଲାଣରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେତେବେଳେ କୋର୍ଟ ଏହି ଦଣ୍ଡାଦେଶ ନେଇ ଘୋଷଣା କରିନଥିଲେ ।

ଆଜି କୋର୍ଟ ପ୍ରକ୍ରିୟା ଅନଲାଇନରେ ହୋଇଥିଲା, ଲାଲୁ ମଧ୍ୟ ଅନଲାଇନରେ ସାମିଲ ହୋଇଥିଲେ । ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କୁ ଅନ୍ୟ ଚାରିଟି ଚୋରାଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

Spread the love