ଖ୍ରୀଷ୍ଟିୟାନ ବୋହୂକୁ ନେଇ ଲାଲୁଙ୍କ ପରିବାରରେ ମହାଭାରତ !

ନୂଆଦିଲ୍ଲୀ ୧୧।୧୨:  ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ବିବାହକୁ ନେଇ ତାଙ୍କ ପରିବାରରେ ଏବେ ମହାଭାରତ। ବିବାହ ଭଳି ଏକ ଖୁସିର ମାହୋଲରେ ମାମୁଁ ସାଧୁ ଯାଦବ ପାଲଟିଛନ୍ତି ଖଳନାୟକ। ସାନ ଭଣଜା ଜାତି ଓ ଧର୍ମ ବାହାରେ ବିବାହ କରିବା ସାଧୁ ହଜମ କରିପାରୁ ନାହାନ୍ତି। ଏଥିରେ ବିବାହ କରି ପରିବାର ବିହାର ଆସନ୍ତୁ ଜାଣିବେ ସେମାନଙ୍କୁ ରାଜ୍ୟବାସୀ କେମିତି ଯୋତା ଚପଲରେ ସ୍ୱାଗତ କରିବେ ବୋଲି ଚେତାଇ ଦେଇଛନ୍ତି।

ତେଜସ୍ୱୀ ତାଙ୍କ ବାନ୍ଧବୀ ଏଲେକ୍ସିସସ୍ ଓରଫ ରସେଲ ଗୋଡିହ୍ନୋଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ ତାଙ୍କ ମାମୁଁଙ୍କ କହିବା କଥା ହେଲା ବିହାରରେ କଣ ଝିଅ ନଥିଲେ ନା ଯାଦବ ସମାଜରେ କାହାର ଝିଅ ନଥିଲା ? ରାଜନୀତି କରିବ ବିହାରରେ ବାହା ହେବ ଦିଲ୍ଲୀରେ ତାହା ବି ଧର୍ମବାହାରର ଝିଅକୁ। ବିହାର ଯାଦବ ସମୂଦାୟ ଲାଲୁଙ୍କ ପରିବାରକୁ ନେତା ବୋଲି ମାନନ୍ତି। ଏଥିରେ ତେଜସ୍ୱୀ ଯାହା କଲେ ତାହା ଗ୍ରହଣୀୟ କି ବୋଲି ସାଧୁ ପ୍ରଶ୍ନ କରିଛନ୍ତି।

ମାମୁଁ ଏ ନେଇ ଗଣମାଧ୍ୟମରେ ଅବାନ୍ତର ବୟାନବାଜୀ କରୁଥିବାରୁ ବଡ଼ ଭଣଜା ତେଜ ପ୍ରତାପ କାହା ନାମ ନ ନେଇ ଶନିବାର ଏକ  ଟ୍ୱିଟ୍‌ କରିଥିଲେ ‘ରୁକ ଅ.. ହମ.. ଆ ବତାନୀ ବିହାର.. ତ ଅ ଗର୍ଦା ଉଡାବ ଅ.. ତାନି ତୋହାର !’ ବୋଲି ଟ୍ୱିଟ୍‌ କରିଥିଲେ। ଏଥିରେ ସେ ମାମୁଁଙ୍କୁ ବୁଢା ହୋଇ ଗଲଣି ନିଜ ହିସାବରେ ରୁହ ପାଇଜାମାରୁ ବାହାରକୁ ବାହରନି ବୋଲି ଧମକବି  ଦେଇଥିଲ। ଏହା ପରେ ବି ସୁଧୁରି ନାହାନ୍ତି ସାଧୁ। ଏଣୁ ଭାଣଜୀ  ରୋହିଣୀ ଏବେ ଭାଇଙ୍କ ସମର୍ଥନରେ ଆସିବା ସହ ମାମୁଁଙ୍କୁ ସମ୍ପର୍କ ରଖିବାର ଅଛି ତ କୃଷ୍ଣଙ୍କ ଭଳି କାର୍ଯ୍ୟ ନିର୍ବାହ କର କଂସ ଭଳି ଆଚରଣ କରନି ବୋଲି ମାମୁଁଙ୍କୁ ତାଗିଦ କରିଛନ୍ତି।ତେବେ ମୋଟ ଉପରେ ତେଜସ୍ୱୀଙ୍କ ବିବାହକୁ ନେଇ ଲାଲୁଙ୍କ ପରିବାରରେ ଏବେ ଉଠିଥିବା ଝଡର ଆକଳନ ରାଜ୍ୟବାସୀଙ୍କୁ ଜଣାପଡିଗଲାଣି। ବାସ୍ତବିକ ଲାଲୁ ଓ ରାବଡୀ ଦେବୀଙ୍କ ପରି ଲୋକଙ୍କ ପରିବାରରେ ପିଲାମାନଙ୍କ ବିବାହ ଲାଗି ଯେଉଁ ପ୍ରକାର ସତର୍କତା ଅବଲମ୍ବନ କରିବାର କଥା ଏଥିରେ ହୋଇ ନାହିଁ। ଝିଅମାନଙ୍କ ବିବାହରେ ଲାଲୁ ଟିକନିକ୍ ଖୋଜ ଖବର ନେଇ ସେମାନଙ୍କ ବିବାହ କରାଇଥିବା ସାଧୁ କହିଛନ୍ତି। ଯେପରି ପରିବାର ସମାଜରେ ବାଛନ୍ଦ ନ ହୋଇଯାଆନ୍ତି। ହେଲେ ବଡ ପୁଅର ବାହାଘର ରାଜନୈତିକ ପରିବାରରେ କରି ଏବେ ଶରବ୍ୟ ହେଉଥିବା ବେଳେ ସାନ ପୁଅ ପୁରା ଚାରିଦଉଡି କଟା ହୋଇ ଯାଇଛି।

ଏଥିରେ ସାଧୁ ଆପତ୍ତି ଉଠାଇବା ଏବେ ରାଜ୍ୟରେ ବିରୋଧୀ ଦଳଙ୍କୁ ଉତ୍ସାହିତ କରିଛି। ଏଣୁ ଯାଦବ ଭୋଟ ବିଗିଡିଯିବା ଆଶଙ୍କା ମଧ୍ୟ ଉପୁଜିଛି। ମାମୁଁ ମଧ୍ୟ ସମାନ ଆଶଙ୍କା କରୁଛନ୍ତି। ତେବେ ଏଥିରେ ଚୁପ ରହି ଦାୟିତ୍ୱ ନିର୍ବାହ କରିବା ବଦଳେ ହଲାପଟା କରିବା ଲାଲୁଙ୍କ ପରିବାରକୁ ଅଶ୍ୱସ୍ତିକର ଅବସ୍ଥାରେ ପକାଇଦେଇଛି। ଏଥିରେ ରୋହିଣୀ ଟ୍ୱିଟ୍‌ କରି ମାମୁଁଙ୍କୁ ନିଜ କାମ କରିବାକୁ କହିଛନ୍ତି।

Spread the love