ଲଞ୍ଚ ହେବ ଭିଭୋ S12 ସିରିଜର ଦମଦାର ସ୍ମାର୍ଟ ଫୋନ୍, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ

ନୂଆଦିଲ୍ଲୀ ୨୦/୧୨ : ଆସନ୍ତା ଡିସେମ୍ବର ୨୨ ତାରିଖରେ ଚୀନରେ ଭିଭୋ S12 ସିରିଜର ସ୍ମାର୍ଟ ଫୋନ ଲଞ୍ଚ ହେବାକୁ ଯାଉଛି। ଏଥିରେ S12 ଓ S12 ପ୍ରୋ ଦୁଇଟି ସ୍ମାର୍ଟ ଫୋନ ଲଞ୍ଚ ହେବ। ଏହା ପୂର୍ବରୁ ଗ୍ରାହକମାନଙ୍କର ଉତ୍ସାହକୁ ବଢ଼ାଇବା ପାଇଁ କମ୍ପାନୀ S12ପ୍ରୋ ହ୍ୟାଣ୍ଡ ସେଟର ଟିଜର ଭିଡିଓ ରିଲିଜ କରିଛି। ଏହି ଭିଡିଓରେ ଫୋନର ଡିଜାଇନ ସହ କିଛି ସ୍ପେଶିଫିକେଶନର ମଧ୍ୟ ସୂଚନା ଦିଆଯାଇଛି। S12 ସିରିଜ ଫୋନର ଆଗରେ ଡୁଆଲ ଏଲଇଡି ଫ୍ଲାସ ଲାଇଟ ସହ ଡୁଆଲ ସେଲ୍ଫି କ୍ୟାମେରା ରହିଛି ବୋଲି ଜାରି ଟିଜର ଭିଡିଓରୁ ସ୍ପଷ୍ଟ ହୋଇଛି। ଫୋନର ଫ୍ରଣ୍ଟ ସେଲ୍ଫି କ୍ୟାମେରାରେ ୫୦ମେଗା ପିକ୍ସେଲର ଲେନ୍ସ ରହିଛି ।

ଫୋନର ରିୟର କ୍ୟାମେରାରେ ୩ଟି କ୍ୟାମେରା ରହିବା ସହ ୧୦୮ମେଗାପିକ୍ସେଲର ପ୍ରାଇମେରୀ ଲେନ୍ସ ରହିଛି । S12ପ୍ରୋ ସିରିଜ ଫୋନ ୧୨ଜିବି ପର୍ଯ୍ୟନ୍ତ ରାମ୍ ଓ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ସହିତ ବଜାରକୁ ଆସିବ। ଚୀନରେ ୧୨ଜିବି ମେମୋରି ଥିବା ଏହି ଫୋନର ମୂଲ୍ୟ ୩,୪୯୯ୟୁଆନ ବା ଭାରତୀୟ ମୁଦ୍ରାରେ ୪୧,୮୦୦ ଟଙ୍କା ରହିଛି ବୋଲି ଏକ ରିପୋର୍ଟରୁ ଜଣା ପଡ଼ିଛି।

ଫୋନରେ ୯୦ ହର୍ଜର ରିଫ୍ରେସ ରେଟ୍ ସହିତ ୬.୫ ଇଞ୍ଚର ଏଚଡି ପ୍ଲସ OLED ଡିସପ୍ଲେ ରହିଛି। ଏଥିରେ ଆଣ୍ଡ୍ରୋଏଡ ୧୨ରେ ପର୍ଯ୍ୟବେଷିତ ORIGIN OS OCEAN UIର ଆଧୁନିକ ଅପରେଟିଙ୍ଗ ସିଷ୍ଟମ ରହିଛି। ସେଲ୍ଫି ନେବା ପାଇଁ ଫୋନରେ ୫୦ ମେଗା ପିକ୍ସେଲର ପ୍ରାଇମେରୀ କ୍ୟାମେରା ସହ ୮ ମେଗାପିକସେଲର HYNIX HI 846 ଅଲ୍ଟ୍ରା ୱାଇଡ କ୍ୟାମେରା ରହିଛି। ଏହା ସହ ଫୋନର ରିୟର ମ୍ୟାନ କ୍ୟାମେରା ପରେ ୮ ମେଗା ପିକ୍ସେଲର OMINI VISION 0V8856 ଅଲ୍ଟ୍ରା ୱାଇଡ କ୍ୟାମେରା ସହିତ ୨ ମେଗା ପିକ୍ସେଲର ସେନ୍ସର କ୍ୟାମେରା ମଧ୍ୟ ରହିଛି।

S12ପ୍ରୋ ରେ୧୨ଜିବି ପର୍ଯ୍ୟନ୍ତ LPDDR4X ରାମ ଓ ୨୫୬ ଜିବିର UFS ୩.୧ ଷ୍ଟୋରେଜ ରହିଛି। ଏହି ଫୋନରେ ମିଡିଆଟେକ ଡାଇମେନସିଟି ୧୨୦୦ ଚିପସେଟର ପ୍ରୋସେସର ରହିଛି। ୪୩୦୦MAH ବ୍ୟାଟେରି ପାୱାର ସହ ୪୪ ଭୋଲ୍ଟର ଫାଷ୍ଟ ଚାର୍ଜିଙ୍ଗ ଏହି ଫୋନରେ ରହିବ। ଭିଭୋ ଚାଇନା ୱେବସାଇଟରେ ଏବେ ଲେଣ୍ଡିଙ୍ଗ ପେଜ ଲାଇଭ ଅଛି । ଯେଉଁ ଗ୍ରାହକମାନେ କିଣିବାକୁ ଚାହୁଁଛନ୍ତି ଏହି ଲାଇଭ ପେଜରୁ ଯାଇ ଗ୍ରାହକ ମାନେ ରିଜର୍ଭ ବୁକ କରିପାରିବେ

Spread the love