ରାସ୍ତା , ଝରଣା ଜମି ବିକ୍ରି ବିକ୍ରୀ ଅଭିଯୋଗ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  ସରକାରୀ ଜମି ଦଖଲ କଥା ଆପଣ ଶୁଣିଥିବେ ଏବଂ ଜାଣିଥିବେ । ହେଲେ ରାସ୍ତା , ଝରଣା ଆଦି ବିକ୍ରୀ ହୋଇଥିବା କେବେ ଶୁଣିଛନ୍ତି କି ? ତେବେ ଏଭଳି ରାସ୍ତା ଓ ଝରଣା ଆଦି ବିକ୍ରୀ ହୋଇ ଘରବାରିରେ ପରିଣତ ହୋଇଥିବା କଥା ଏବେ ପଦାକୁ ଆସିଛି ।
ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବର ଦଖଲ ଏବଂ ଚଞ୍ଚକତା କରି ଜମି ବିକ୍ରି କରିବା ସହ ରାସ୍ତା ଏବଂ ଝରଣା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । କିଶୋରନଗର ତହସିଲ ଅନ୍ତର୍ଗତ ଧଉରାପାଲି ଗ୍ରାମର ସଭାପତି ସଦାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଏବଂ ଅନୁଗୁଳ ଜିଲ୍ଲାପାଳଙ୍କ ଠାରେ ଏଭଳି ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ଜଣାଯାଇଛି ଯେ ଧଉରାପାଲି-କିଶୋରନଗର ପୂର୍ତ୍ତ ବିଭାଗ ରାସ୍ତାର ହଗୁରୀ ନାଳ ବ୍ରିଜ (ପୋଲ) ଠାରେ ଥିବା ଉତ୍ତର ପାଖ ରାସ୍ତାର ଜମି ଏବଂ ନାଳ ଭିତରର ୧୮ ଡେସିମିଲ ଜମିକୁ ଘରବାରୀ ଦର୍ଶାଇ ଅତି ଚଞ୍ଚ କତାର ସହିତ ମହେନ୍ଦ୍ର ପ୍ରଧାନ ଏବଂ ଦିଗାମ୍ବର ପ୍ରଧାନଙ୍କ ନାମରେ ରେକର୍ଡ କରାଯାଇଛି । ଖାତା ନଂ ୨୪/୬୫ ଏବଂ ପ୍ଲଟ ନଂ-୧୨୬ ଉପରେ ଥିବା ୧୮ ଡେସିମିଲ ଘରବାରୀ ଜମି ଥିବା ଉଲ୍ଲେ୍ଖ ଥିବା ଏବଂ ଏହାକୁ ୧୧ ବର୍ଷ ତଳେ ମୃତକ କାହ୍ନୁ ବଡମାଳୀ ବିକ୍ରି କରି ଥିବା କିଶୋରନଗର ତହସିଲ କାର୍ଯ୍ୟାଳୟ ସୂତ୍ରରୁ ଜରାପଡିଛି ।
କିଶୋରନଗର ତହସିଲଦାର ଡ.ଲକ୍ଷ୍ମୀଧର ସାହୁ ଅଭିଯୋଗ ପାଇ ଛାନ୍ଭିନ୍ ଆରମ୍ଭ କରିଥିବା ଜଣାଯାଇଛି । ପୂର୍ତ୍ତ ବିଭାଗ ରାସ୍ତା ଏବଂ ଝରଣା ଉପରେ କୋଠା ନିର୍ମାଣ ନ କରିବା ପାଇଁ ତହସିଲଦାର ଜମି କିଣିଥିବା ମହେନ୍ଦ୍ର ପ୍ରଧାନ ଏବଂ ଦିଗାମ୍ବର ପ୍ରଧାନଙ୍କୁ ତାଗିଦ୍ କରିଛନ୍ତି ।
Spread the love