ମୃତ ସାମ୍ୱାଦିକଙ୍କ ପରିବାରକୁ ୧୩ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ସରକାର

ଭୁବନେଶ୍ୱର, ୦୫/୦୨: ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ପୋଲିସ୍‌ ପକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇଦେବାକୁ ଘୋଷଣା ହୋଇଛି । ମୋଟ ୧୩ ଲକ୍ଷ ଟଙ୍କା ମୃତ ରୋହିତ ବିଶ୍ୱାଲଙ୍କ ପରିବାରକୁ ତୁରନ୍ତ ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଗଣ-ମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Spread the love