ସମ ଅଲଟିମେଟ ମେଡ଼ିକେଆର ରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ, ଲାପ୍ରୋସ୍କୋପିକ ପଦ୍ଧତିରେ ଡୋନୋରଙ୍କଠୁ କଢ଼ାଗଲା କିଡ଼ନୀ 

ଭୁବନେଶ୍ୱର, ୯/୪ : ଅସୁସ୍ଥ ଝିଅ କୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା | ସମ ଅଲଟିମେଟ ମେଡିକେୟାର ରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ | ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇ ପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆର ରେ ଭର୍ତି ହୋଇଥିଲେ |
ସମ୍ମମରେ ନେଫରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ୱାସ୍ଥ୍ୟ ଅବସ୍ଥା କୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସୀସ ଆରଂଭ କରାଯାଇଥିଲା |
ତେବେ ପରବର୍ତୀ ପର୍ଯାୟରେ କିଡ଼ନୀ ପ୍ରତ୍ୟାରୋପଣ ର ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି | ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା | କିଡ଼ନୀ ପ୍ରତ୍ୟାରୋପଣ ର ସମସ୍ତ ପ୍ରସ୍ତୁତି ପରେ ଯୁବତୀ ଙ୍କ ମାଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା | ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ | ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନର ଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ, ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଥିଲେ ବୋଲି ଡାକ୍ତର ଦାସ କହିଛନ୍ତି |
ତେବେ ଯୁବତୀ ଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି | ଡୋନର ଙ୍କ ଠାରୁ କିଡ଼ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା 4 ରୁ 5 ଘଣ୍ଟା ରେ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି |
ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ ରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି | ଏହି ପ୍ରକ୍ରିୟା ଏକ ଟିମ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି| ଏହା ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସ ପ୍ଲାଣ୍ଟ କୋଅର୍ଡିନେଟର ଙ୍କ ସହଯୋଗ ଦ୍ୱାରା ସମ୍ବବ ହୋଇପାରିଛି ବୋଲି ଉଭୟ ଡାକ୍ତର |ଝିଅ ସୁସ୍ଥ ହେବା ପରେ ସମ୍ମମ ଓ ଦୁଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବତୀଙ୍କ ମା |

Spread the love