ଆଇପିଏଲ ୨୦୨୫ ପାଇଁ ଖେଳାଳି ଚୟନର ଶେଷ ତାରିଖ: ୪ଟି ଦଳର କ୍ୟାପଟେନ ଅଲୋଡ଼ା

୨୦୨୫ ଆଇପିଏଲ ସିଜିନ ପାଇଁ ଖେଳାଳୀ ଚୟନ ନେଇ ଆଜି ହେଉଛି ଶେଷ ତାରିଖ । ଅପରାହ୍ନ ୫ଟା ସୁଦ୍ଧା ପ୍ରାଞ୍ଚାଇଚ୍ ଅବା ଦଳମାନେ କେଉଁ କେଉଁ ଖେଳାଳୀଙ୍କୁ ରଖିବେ ଏବଂ କେଉଁ ଖେଳାଳୀଙ୍କୁ ଛାଡିବେ ସେନେଇ ନିଷ୍ପତ୍ତି ନେବେ। ନିୟମ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଚ୍ ୫ ଟି ଖେଳାଳୀଙ୍କୁ ରଖିପାରିବେ। ବାକି ଖେଳାଳୀଙ୍କୁ ନିଲାମି ପାଇଁ ଛାଡିବାକୁ ମିଳିବ। ମିଳଥିବା ସୂଚନା ମୁତବାକ ୧୦ ଟି ଦଳର କ୍ୟାପଟେନଙ୍କ ମଧ୍ୟରୁ ୪ ଜଣ କ୍ୟାପଟେନ ଏଥର ଦଳ ଛାଡିବେ। ଲକ୍ଷ୍ମୌ ସୁପର ଜାଏଣ୍ଟ୍ସର କ୍ୟାପଟେନ ଲୋକେଶ ରାହୁଲ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ୍ ଆୟାର, ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର କ୍ୟାପେଟନ ଡୁପ୍ଲେସିସ୍, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷବ ପନ୍ତଙ୍କୁ ଏଥର ଦଳ ଛାଡିବାକୁ ପଡିବ। ଏହା ଛଡା ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲିଙ୍କୁ ଏଥର କେଉଁ ଭୂମିକାରେ ଆସିବେ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ଆସନ୍ତୁ ଦେଖିବା ଏଥର କେଉଁ କେଉଁ ଖେଳାଳୀଙ୍କୁ ରଖିବେ ଓ ଛାଡିବେ ।

ଆଇପିଏଲ: ଅଲୋଡ଼ା ୪ କ୍ୟାପଟେନ୍
୧୦ ଟି ଦଳର କ୍ୟାପଟେନଙ୍କ ମଧ୍ୟରୁ ୪ ଜଣ କ୍ୟାପଟେନ ଏଥର ଦଳ ଛାଡିବେ
ଲକ୍ଷ୍ମୌ ସୁପର ଜାଏଣ୍ଟ୍ସର କ୍ୟାପଟେନ ଲୋକେଶ ରାହୁଲଙ୍କୁ ରଖିବାକୁ ଚାହୁଁନି ଫ୍ରାଞ୍ଚାଇଜ୍
କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ୍ ଆୟାରଙ୍କୁ ରଖିବନି ଦଳ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର କ୍ୟାପେଟନ ଫାପ୍ ଡୁପ୍ଲେସିସଙ୍କୁ ରିଟେନ କରିବନି ଦଳ
ବିରାଟ କୋହଲିଙ୍କୁ ଆରସିବି ଏଥର ପୁଣି ଅଧିନାୟକ ଦାୟିତ୍ୱ ଦେଇପାରେ
ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷବ ପନ୍ତଙ୍କୁ ଏଥର ଦଳ ଛାଡିବାକୁ ପଡିବ
ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି ଏଥର କେଉଁ ଭୂମିକାରେ ଆସିବେ ତାକୁ ନେଇ ଦ୍ୱନ୍ଦ୍ୱ
ରୋହିତ ଶର୍ମାଙ୍କୁ ମୁମ୍ବାଇ ରଖିବ ବୋଲି ସୁଚନା ମିଳିଛି
କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ହାର୍ଦ୍ଦିକ ରହିବେ ନା ରୋହିତ ତାହା ସ୍ପଷ୍ଟ ହୋଇନାହିଁ
ଧୋନି ଏଥର କେଉଁ ଭୂମିକାରେ ଦଳରେ ଅବତିର୍ଣ୍ଣ ହେବେ ତାହା ଉପରେ ନଜର ରହିଛି

ଆଇପିଏଲ: କେଉଁ ଦଳ କାହାକୁ ରଖିବ?
ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)
ରହିବେ—ମହେନ୍ଦ୍ର ସିଂ ଧୋନୀ, ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମାଥେଶା ପାଥିରାନା
ଯଦି ସିଏସକେ ଏହି ୫ ଖେଳାଳୀଙ୍କୁ ରଖେ ତେବେ ମୋଟ ପାଣ୍ଠି ୧୨୦ କୋଟିରୁ ୬୫ କୋଟି ଟଙ୍କା ଦେବାକୁ ପଡିବ।

ଗୁଜରାଟ ଟାଇଟନ୍ସ(ଜିଟି)
ରହିବେ—ଶୁଭମନ ଗିଲ, ରସିଦ ଖାନ, ସାଇ ସୁଦର୍ଶନ, ରାହୁଲ ତେୱତିଆ, ସାହାରୁଖ ଖାନ

କୋଲକାତା ନାଇଟ୍ ରାଇଡର୍ସ(କେକେଆର)
ରହିବେ—ସୁନିଲ ନାରିନ୍, ରିଙ୍କୁ ସିଂ, ହର୍ସିତ ରାଣା, ବରୁଣ ଚକ୍ରବର୍ତ୍ତି
ଛାଡିବେ—କ୍ୟାପଟେନ ଶ୍ରେୟସ ଆୟାର୍, ଅଲରାଉଣ୍ଡର ଆଣ୍ଡ୍ରେ ରସେଲ

ଲକ୍ଷ୍ମୌ ସୁପର ଜାଏଣ୍ଟସ୍(ଏଲଏସଜି)
ରହିବେ—ନିକୋଲାସ ପୁରନ, ମୟଙ୍କ ଅଗ୍ରୱାଲ, ରବି ବିଷ୍ନୋୟୀ, ମୋସିନ ଖାନ, ଆୟୁସ ବାଦୋନୀ
ଛାଡିବେ—ଲୋକେଶ ରାହୁଲ(୨୦୨୨ରୁ ଦଳର  ଅଧିନାୟକ ଅଛନ୍ତି)

ରାଜସ୍ଥାନ ରୟାଲ୍ସ(ଆରଆର)
ରହିବେ –ସଞ୍ଜୁ ସାମସନ, ଯସସ୍ୱୀ ଜୟସ୍ୱାଲ, ରିୟାନ ପରାଗ, ସନ୍ଦୀପ ଶର୍ମା
ଛାଡିବେ—ଇଂଲଣ୍ଡର କ୍ୟାପଟେନ ଜୋସ ବଟଲର, ୟୁଜବେନ୍ଦ୍ର ଚହଲ

ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍)
ରହିବେ- ହେନରିଚ୍ କ୍ଳାସେନ(୨୩କୋଟି), ପାଟ କୁମିନ୍ସ(୧୮କୋଟି), ଅଲରାଉଣ୍ଡର ଅଭିଶେକ ଶର୍ମା(୧୪କୋଟି), ଟ୍ରାଭିସ ହେଡ, ନିତୀଶ ରାଣା

Spread the love

Leave a Reply

Your email address will not be published. Required fields are marked *