ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର, ଅଶ୍ରୁଳ ବିଦାୟ ଦେଲେ ଢେଙ୍କାନାଳ କେନ୍ଦୁଢିପବାସୀ

 ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର ସରୋଜ ଦାସ । ଅଶ୍ରୁଳ ଲୁହରେ ସହିଦଙ୍କୁ ବିଦାୟ ଦେଲେ ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପବାସୀ । ଜନ୍ମମାଟିରେ ଜଳିଲା ସହିଦ ସରୋଜ ଦାସଙ୍କ ଚିତା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସ୍ଥାନୀୟ ଲୋକ, ରାଜନେତା, ସାଙ୍ଗ, ସାଥୀ, ପ୍ରିୟଜନଙ୍କ ଉପସ୍ଥିତରେ ଯବାନଙ୍କ ମରଶରୀରକୁ ନିଜ ଘରକୁ ଅଣା ଯାଇଥିଲା । ମରଶରୀର ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ, ସ୍ଥାନୀୟ ପୋଲିସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।
ସେଠାରେ ଉପସ୍ଥିତ ରହି ସରୋଜଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗାଁରେ ଥିବା ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଭାରତୀୟ ସେନା ଦ୍ବାରା ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାସହ ତୋପ ସଲାମୀ ମଧ୍ୟ ଦିଆଯାଇଥିଲା। ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ହାବିଲଦାର ସରୋଜ ଦାସ । ସରୋଜ ୨୦୧୨ ସମିହାରେ ସେନାରେ ଯବାନ ଭାବେ ନିଯୁକ୍ତି ପାଇଥିଲେ। ସେ ଗତ ସାତ ମାସେ ହେବ ବିବାହ କରିଥିବା ବେଳେ ଦୁଇମାସ ପୂର୍ବରୁ ଅଗଷ୍ଟ ମାସରେ ଘରକୁ ଆସିଥିଲେ। ମଙ୍ଗଳବାର ରାତି ୧୦ ଟାରେ ଶେଷଥର ପାଇଁ ପରିବାର ଲୋକଙ୍କ ସହ ମୋବାଇଲ ଯୋଗେ କଥା ହୋଇ ପ୍ରବଳ ବର୍ଷା ପାଇଁ ଗାଡି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ। ..

Spread the love