ପୁଣି ବିଗିଡିଲା ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା

ପୁଣି ବିଗିଡିଲା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା। ଲତା ମଙ୍ଗେଶକରଙ୍କୁ ଗତ 27 ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ କିଛି ତଳେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରାଯାଇଥିଲା, ସୂଚନା ଥାଉକି, ଆଜି ଖବର ଆସିଛି ଯେ ପୁଣି ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ରହିଛି । ପୁନର୍ବାର ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । କୋରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ 8 ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Spread the love