ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ତାଜା ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ ୨୩/୦୧ :  ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଦେଖିବାକୁ ମିଳିଛି। ରବିବାର ଡାକ୍ତର ପ୍ରତୀତ ସାମଦାନୀ ଲତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପଡେଟ୍ ଜାରି କରି କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଦେଖିବାକୁ ମିଳୁଛି। କରୋନା ସଂକ୍ରମିତ ହୋଇ ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ କେଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେ ଆଇସିୟୁରେ ରହିବା ପରେ ତାଙ୍କର ପ୍ରଶଂସକ ବହୁତ ଚିନ୍ତାରେ ଥିଲେ ।

ବର୍ତ୍ତମାନ ତାଜା ଅପଡେଟ ଅନୁସାରେ ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି କୁହାଯାଉଛି। ଡାକ୍ତର ପ୍ରତୀତ ସାମଦାନୀ ତାଙ୍କ ଟିମ ସହିତ ଲତାଙ୍କ ଚିକିତ୍ସା କରିବା ସହ ତାଙ୍କର ଦେଖାରେଖା କରୁଛନ୍ତି। ଡାକ୍ତର ପ୍ରତୀକ କହିଛନ୍ତି ଗତକାଲି ତୁଳନାରେ ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସେ ଏବେବି ଆଇସିୟୁରୁ ବାହାରି ନାହାନ୍ତି।

କରୋନା ଓ ନିମୋନିଆରେ ଆକ୍ରାନ୍ତ ହୋଇ ଲତା ମଙ୍ଗେସକର ଦୁଇ ସପ୍ତାହ ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଡାକ୍ତରଖାନାରେ ଆଡମିଟ ହୋଇଥିଲେ। କିଛି ଦିନ ହେଲା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହିତ ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଲତାଙ୍କ ପ୍ରବକ୍ତା ଏଭଳି ଖବର ପ୍ରସାର ନକରିବାକୁ ଲୋକଙ୍କୁ ଅପିଲ କରିଥିଲେ।

Spread the love