ନନ୍ଦନକାନନର ଲବ-କୁଶ ଅସୁସ୍ଥ

ନନ୍ଦନକାନନର ଛୁଆ ବାଘ ଲବ କୁଶ ଅସୁସ୍ଥ ଜାନୁଆରୀ ୨୬ ତାରିଖରୁ ଅସୁସ୍ଥ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସେ ସୁସ୍ଥ ହୋଇପାରୁ ନାହାନ୍ତି। ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିଲେ ମଧ୍ୟ ତାଙ୍କଠାରେ ଚିକିତ୍ସାର ପ୍ରଭାବ ପଡ଼ୁନଥିବା ସୂଚନା ଦେଇଛନ୍ତି। ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇ ଏଥିସହ ଓୟୁଏଟିର ସେଣ୍ଟର ଫର ଓ୍ୱାଇଲ୍ଡ ଲାଇଫ୍ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି। ବର୍ତ୍ତମାନ ୨ ବାଘଛୁଆ ଲବ-କୁଶ ଠିକଠାକ୍ ଖାଦ୍ୟ ଖାଉଥିବା ବେଳେ ଖୁବ୍ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି।
ବର୍ଷକ ତଳେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଥିଲା। ପରେ ଏ ଦୁଇ ବାଘ ଛୁଆର ନାଁ ଲବ-କୁଶ ରଖାଯାଇଥିଲା। ଏଥିସହ ଏହି ଦୁଇ ବାଘ ଛୁଆ ଜନ୍ମ ହେବା ପରେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

Spread the love