ଜୁଲାଇ ୨୬ରେ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

କଟକ: ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୬ ତାରିଖ ଦିନ ବିଶ୍ୱବିଦ୍ୟାଳୟର ଆମ୍ଫି ଥିଏଟର ହଲରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଚଳିତବର୍ଷ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯିବ। ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ। ଚଳିତ ବର୍ଷ ଚାରୋଟି ଡକ୍ଟରେଟ୍ ଡିଗ୍ରୀ ୪୩ ଏଲଏଲଏମ ଡିଗ୍ରୀ, ୧୭୮ ଅଣ୍ଡର ଗ୍ରାଜୁଏଟ୍‌ ଡିଗ୍ରୀକୁ ମିଶାଇ ମୋଟ ୨୨୫ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ବୋଲି ବିଶ୍ଵବିଦ୍ୟାଳୟରର କୁଳପତି ପ୍ରଫେସର୍ ବେଦ କୁମାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର, ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ଵବିଦ୍ୟାଳୟର କୁଳସଚିବ ରଙ୍ଗିଣପଲ୍ଲବ ତ୍ରିପାଠୀ, ପରୀକ୍ଷା ନିୟନ୍ତ୍ରକ, ଡେପୁଟି ରେଜିଷ୍ଟ୍ରାର ପ୍ରମୁଖ ଉପସ୍ଥିତ ଥିଲେ।

Spread the love