ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଦାୟିତ୍ୱ

ବାରିପଦା: ଜଣେ ମାତାଲ ଡ୍ରାଇଭର ଲକ୍ଷ୍ମୀ ବସରେ ଚଳାଉଛନ୍ତି  ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ, ଦୁଗୁଧା ଏବଂ ପାଟସାଣିପୁର ଯାଉଥିବା ବସ ଉର୍ମଳ ଛକ ନିକଟରେ ଚାଲିଥିବା ରାସ୍ତାରୋକ ପାଖରେ ଅଟକିଥିଲା। ସେଠାରେ ଲୋକେ ବସ ରଖିବାକୁ କହିଥିବା ବେଳେ ଡ୍ରାଇଭର ଗାଡି ରୁ ଓହ୍ଲାଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଗାଡି ରୁ ଓହ୍ଲାଇବା ପରେ ଡ୍ରାଇଭର ପୁରା ନିଶାସକ୍ତ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଡ୍ରାଇଭର ସହିତ ବସ କୁ ଥାନାକୁ ନେଇଛି।

Spread the love