ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଗଜପତି ଜିଲ୍ଲାରେ ଗଡ଼ିଛି ‘ଲକ୍ଷ୍ମୀ’ ବସ୍ । ମାଲକାନଗିରି ପରେ ଗଜପତି ଜିଲ୍ଲାରେ ଗଡ଼ିଛି ‘ଲକ୍ଷ୍ମୀ’ ବସ୍। ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୩୬ଟି ବସ୍ ଯୋଗାଇଛନ୍ତି। ଗଜପତି ଜିଲ୍ଲାର ସାତଟି ବ୍ଲକର ଉପାନ୍ତ ପଞ୍ଚାୟତଗୁଡ଼ିକରୁ ବ୍ଲକ୍ ସଦର ମହକୁମାକୁ ‘ଲକ୍ଷ୍ମୀ’ ବସ୍ ଚଳାଚଳ ଆରମ୍ଭ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଗଜପତି ଲାଗି ଗୌରବର ଦିନ। କିଛି ଦିନ ପୂର୍ବରୁ ‘ଲକ୍ଷ୍ମୀ’ ବସ୍ ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଜନଗଣଙ୍କର ଯୋଜନା। ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡ଼ିହେବ। ଯୋଗାଯୋଗ ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡ଼ିବ। ଏହି ଯୋଜନା ଘରେ ଘରେ ଖୁସି ଆଣିବ। ରାଜ୍ୟରେ ୧ ହଜାରରୁ ଅଧିକ ବସ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love