ସକାଳେ କିପରି ଜଲଦି ଉଠିବା ଆସନ୍ତୁ ଜାଣିବା…

ସକାଳୁ ଜଲ୍‌ଦି ଉଠିବାରେ ଲୋକଙ୍କୁ ସମସ୍ୟା ହୋଇଥାଏ। ତେବେ ଏଭଳି ହେବା ପଛରେ ବି ଅନେକ କାରଣ ରହିଛି। ଯେପରି ଆଜିକାଲିର ଖରାପ ଜୀବନଶୈଳୀ, ଖାଦ୍ୟପେୟ, ବିଜ୍ଞାନ ଏବଂ ଜୈବିକ କାରଣ ଇତ୍ୟାଦି। ଏହାଛଡ଼ା ଏକ ମୁଖ୍ୟ କାରଣ ନ୍ୟାଚୁରାଲ ସେଟ୍‌ଅପ ବି ହୋଇପାରେ।କାହିଁକି ନା, କେଉଁଠି ନା କେଉଁଠି ଏହି ନ୍ୟାଚୁରାଲ ସେଟ୍‌ଅପ ସହ ଆମ ମାନସିକ ଏବଂ ଶାରୀରିକ ଆକ୍ଟିଭିଟି ଜଡ଼ିତ ରହିଥାଏ। ତେଣୁ ଅନ୍ୟ ଦିନ ଅପେକ୍ଷା ଶୀତଦିନେ ଅଧିକ ଶୋଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଆପଣଙ୍କୁ ସକାଳୁ ଜଲ୍‌ଦି ଉଠିବାର କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣ ଫଲୋ କରିପାରିବେ।

୧. ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠୁ ଉଠୁ ପାଣି ପିଅନ୍ତୁ। ଏହା ଶରୀରକୁ ଜାଗ୍ରତ କରିବାରେ ସହାୟକ ହୋଇଥାଏ।

୨. ଆକ୍ଟିଭ ରହିବା ପାଇଁ ବ୍ୟାୟାମ କରନ୍ତୁ। ଏହା ବଡି ରୁଟିନ୍‌କୁ ସେଟ୍‌ କରିବାରେ ସାହାଯ୍ୟ କରିବ।

୩. କିଛିଦିନ ଲଗାତାର ଗୋଟିଏ ହିଁ ସମୟରେ ଶୋଇ ଏବଂ ଗୋଟିଏ ସମୟରେ ଉଠି ବଡି କ୍ଲକ୍‌କୁ ସେଟ୍‌ କରିବାକୁ ଚେଷ୍ଟା କରନ୍ତୁ।

୪. ବିଛଣାରୁ ଉଠିବାର କିଛି ସମୟ ପରେ ଗାଧାନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଶରୀର ତାପମାତ୍ରାରେ ପରିବର୍ତ୍ତନ ହେବ ଏବଂ ଆପଣ ଆକ୍ଟିଭ ଅନୁଭବ କରିବେ।

୫. ଆଳସ୍ୟରୁ ଦୂରେଇ ରହିବା ପାଇଁ ସୁସ୍ଥ ଏବଂ ହାଲୁକା ଭୋଜନ କରନ୍ତୁ।

Spread the love