ପରଲୋକରେ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ ଆଜି ସକାଳେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ହୋଇ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ।

ସୂଚନାଯୋଗ୍ୟ, ଲେଫ୍ଟନାଣ୍ଟ ଜେନେରାଲ ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ ଓ ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଲଢ଼ିଥିଲେ। ଏଥିସହ ବିଭିନ୍ନ ଯୁଦ୍ଧରେ ନିଜ ବୀରତ୍ୱ ପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ। ପଞ୍ଜାବରେ ଆତଙ୍କବାଦୀ ନିପାତ ପାଇଁ ହୋଇଥିବା ଅପରେସନ ବ୍ଲୁ ଷ୍ଟାରରେ ସେ ସାମିଲ ହୋଇଥିଲେ। କେପିଡି ସାମନ୍ତ ୧୯୯୯ ମସିହା କାର୍‌ଗିଲ୍ ଯୁଦ୍ଧ ବେଳେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ। ଅବସର ପରେ ସେ ଆର୍ମଡ୍‌ ଫୋର୍ସେସ୍‌ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।
ସେହିପରି ଅବସର ପରେ ସେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ରଖିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି।

Spread the love