ଆଇନ୍ ବୃତି ବିଶ୍ୱର ଉତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତି ଶିବ ଶଙ୍କର ମିଶ୍ର ।
ଆଇନ୍ ବୃତି ଏକ ମହାନ୍ ବୃତି । ତେଣୁ ଏହାକୁ ପେସା ଭାବେ ନେଇଥିବା ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଶାଳୀନତା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ରେ ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନୂତନ ବ୍ୟାଚର ଛାତ୍ରଛାତ୍ରୀଙ୍କ ନିମନ୍ତେ ରବିବାର ଆୟୋଜିତ ୧୪ତମ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଜଷ୍ଟିସ୍ ମିଶ୍ର ।
ପୂର୍ବକାଳରେ ସମାଜ ସେବା ଏବଂ ପଛୁଆବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆଇନ୍ ବୃତିର ଏକମାତ୍ର ଉଦ୍ଦେଶ୍ୟ ଥିବା ବେଳେ ଏହା ମାଧ୍ୟମରେ କେହି କେବେ ନିଜର ଜୀବିକା ଭାବେ ବିବେଚନା କରୁ ନଥିଲା । ସେତେବେଳେ ସଚ୍ଚୋଟତା ଏବଂ ସମର୍ପଣ ଭାବ ସହ ଏହି ବୃତିରେ ସଂଶ୍ଳିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ ।
ଜଷ୍ଟିସ୍ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ଖୁବ୍ ଭାଗ୍ୟବାନ ଯେ ସେମାନେ ସେମାନଙ୍କ ଶିକ୍ଷାନୁଷ୍ଠାନରେ କିଛି ପ୍ରସିଦ୍ଧ ଶିକ୍ଷକମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁମାନେ କି ଅନେକ ଆଇନ୍ ବିଶାରଦଙ୍କୁ ଗଢ଼ି ତୋଳିଛନ୍ତି । ଏଥି ସହିତ ବର୍ତମାନ ଉପଲବ୍ଧ ଇନ୍‌ଟରନେଟ ଏବଂ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜସାଧ୍ୟ କରିଦେଇଛି ।
ସେ ନୂତନ ଛାତ୍ରଛାତୀଙ୍କ ସହ ବାର୍ତାଳାପ କରି ସେମାନଙ୍କୁ ଉପଦେଶ ଦେଇଥିଲେ । ଆଗାମୀ କିଛି ବର୍ଷ ସେମାନେ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହି ଏହା ପରେ ସେମାନେ ଏହି ବୃତିରେ କିଭଳି ସୁଯୋଗ ରହିଛି ସେ ସମ୍ପର୍କରେ ବିସ୍ତୃତ ଧାରଣା ପାଇପାରିବେ ବୋଲି କହିଥିଲେ ।
ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଏହି କାର୍ଯ୍ୟକ୍ରମ ତାଙ୍କୁ ଯୁବବର୍ଗଙ୍କ ସହ ଆଲୋଚନା କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିଛି । ସୋଆ ଲ’ସ୍କୁଲର କିଛି ଗ୍ରାଜୁଏଟ୍ ମଧ୍ୟ ତାଙ୍କ ପାଖରେ ଇନ୍‌ଟର୍ଣ୍ଣ ଭାବେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ ଆଇନଜୀବୀ ଏବଂ ବିଚାରପତିମାନଙ୍କୁ ସମାଜରେ ମେଧାରେ ପ୍ରତୀକ ବୋଲି ବିବେଚନା କରାଯାଏ । ଛାତ୍ରଛାତ୍ରୀମାନେ ଆଲୋଚନା, ବିତର୍କ ଏବଂ ଜଟିଳ ଭାବେ ଚିନ୍ତା କରି ସେମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ପ୍ରଫେସର ଆଜାଦ କହିଥିଲେ ଯେ ଏହି ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଅପୂର୍ବ ଯାତ୍ରାର ଅୟମାରମ୍ଭ । ଏହା ସେମାନଙ୍କୁ ଆଇନ୍ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ସହିତ ବିଚାର ବ୍ୟବସ୍ଥାକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିବ ।
ଅନୁଷ୍ଠାନର ଆସୋସିଏଟ୍ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *