କୋକିଳାଙ୍କୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ, ୦୬/୦୨: “Legendary Lata Mangeshkar will always live in our heart” ବାର୍ତ୍ତା ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିଜ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ତାଙ୍କ ବାଲୁକା କଳାକୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ସମର୍ପିତ କରିଛନ୍ତି। ତାଙ୍କ ନିଧନରେ ସାରା ବିଶ୍ୱ ଦୁଃଖିତ ଥିବାବେଳେ ଆମ ଦେଶ ପାଇଁ ଏହା ଏକ ଅପୂରଣୀଆ କ୍ଷତି ବୋଲି କହିଛନ୍ତି ମାନସ। ସାରା ଦେଶରେ ସମସ୍ତଙ୍କ ମୁଖରେ ତାଙ୍କର ଗୀତ ଗାଉଥିବାର ଦେଖାଯାଏ। ତାଙ୍କର ନିଧନରେ ବାଲୁକା ଶିଳ୍ପୀ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି।

ତେଣୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ମାନସ। ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା। ଏଥିରେ “Legendary Lata Mangeshkar will always live in our hearts” ର ବାର୍ତ୍ତା ଦେଇଛନ୍ତି ସେ। ତାଙ୍କ ଅମର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ କାମନା କରି ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି ମାନସ।

Spread the love