‘ ମନ୍ତ୍ରୀ ଦିବ୍ୟଶଙ୍କର ନିଜକୁ କ୍ଲିନ ଚିଟ ଦେବାକୁ କିଏ’

ମମିତା ହତ୍ୟାକାଣ୍ଡରେ ସମଗ୍ର ଓଡିଶା ଜଳୁଛି। ସମସ୍ତେ ପଚାରୁଛନ୍ତି ମମିତାର ନିର୍ମମ ହତ୍ୟା ପଛର ପ୍ରକୃତ କାରଣ କଣ। ମେହେର ସମ୍ପ୍ରଦାୟର ଗୋଟିଏ ଝିଅକୁ ମାରି ଦିଆଗଲା ଆଉ ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ରହିଛି । ମାତ୍ର ଏତେ ଦିନ ପରେ ମନ୍ତ୍ରୀ ସାମ୍ନାକୁ ଆସି ନିଜକୁ କ୍ଲିନ ଚିଟ ଦେଇଛନ୍ତି । ବୋଧହୁଏ ସବୁ ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଆଜି ନିଜକୁ କ୍ଲିନ ଚିଟ ଦେଉଛନ୍ତି । କେଉଁ ଅଧିକାରୀ ତାଙ୍କୁ କ୍ଲିନ ଚିଟ ଦେଲା କାହାର ସେ ଅଧିକାର ରହିଛି ବୋଲି ପ୍ରଶ୍ନ କଲା ବିଜେପି। ମନ୍ତ୍ରୀଙ୍କ ବିବୃତି ସାମ୍ବିଧାନିକ ବିଧି ବ୍ୟବସ୍ଥା ପାଇଁ ଉପହାସ। ଡ଼ିଆଇଜି କଣ ଏଜେନ୍ସି । ସେ କ୍ଲିନ ଚିଟ ଦେବେ ।

ମନ୍ତ୍ରୀ ଇସ୍ତଫା ଦେଲେ ଯାଇ ହିଁ ତଦନ୍ତ ନିରପେକ୍ଷ ହୋଇ ପାରିବ  । ଦିବ୍ୟଶଙ୍କର ନିର୍ଦେଶରେ ମମିତା କୁ ମରାଯାଇଛି ଆଉ ତଥ୍ୟ ପ୍ରମାଣ ନଷ୍ଟ କରାଯାଇଛି । କାହିଁକି ଏତଲା ପ୍ରଥମେ ଗ୍ରହଣ କରାଗଲା ନାହିଁ । ଏହାର ଉତ୍ତର ମନ୍ତ୍ରୀ ରଖିବେ କି । କେମିତି 3 ଟି ଥାନା ଗୋବିନ୍ଦ କୁ ନିଆଗଲା । ଗୋବିନ୍ଦ କୁ ଟିଟଲାଗଡ଼ ନେଇ ଖସେଇ ଦେବାର ଯୋଜନା ମନ୍ତ୍ରୀ କରିଥିଲେ କି ତାହାର ଉତ୍ତର ଦିଅନ୍ତୁ । କାହିଁକି ଏ ସବୁ ପ୍ରଶ୍ନର ପୋଲିସ ସଠିକ ଉତ୍ତର ଦେଇ ପାରୁନାହିଁ ତାହାର ଉତ୍ତର ମନ୍ତ୍ରୀ ଦିଅନ୍ତୁ ।

ତଦନ୍ତ ସରି ନଥିବା ବେଳେ ମନ୍ତ୍ରୀ ନିର୍ଲଜ ଭଳି ସାମ୍ନା କୁ ଆସି ନିଜକୁ ନିଜେ କ୍ଲିନ ଚିଟ ଦେଉଛନ୍ତି।  ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି । ଦୀର୍ଘ ଦିନ ପରେ ବାରମ୍ବାର ଯେଉଁ ସଫେଇ ଦେଉଛନ୍ତି ଯଦି ପକୃତରେ ଆପଣ ଚାହୁଁଛନ୍ତି ତଦନ୍ତ ଠିକ ଭାବରେ ହେଉ ତେବେ କୁହନ୍ତୁ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାହାର ପୋଲିସ ତଦନ୍ତ କରୁ । ଏମିତି ଯଦି ମନ୍ତ୍ରୀ କରିଥାନ୍ତେ ତେବେ ଏ ସଫେଇର ଆବଶ୍ୟକତା ପଡି ନଥାନ୍ତା । ଯେଉଁ ଯେଉଁ ପ୍ରଶ୍ନ ପଚାରାଯାଉଛି ତାହାର ଉତ୍ତର ଦିଅନ୍ତୁ । ଭେଳିକି କରନ୍ତୁ ନାହିଁ । ମନ୍ତ୍ରୀଙ୍କର ବିବେକ ନାହିଁ ।  ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ତେଣୁ ପୋଲିସ ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଆଶା ଓ ବିଶ୍ୱାସ ହରାଇବ। ଯିଏ ତଣ୍ଟି ଚିପିଛି ସେ ଯେତିକି ଦୋଷୀ ତାର ପ୍ରଛଦ ପଟରେ ଥିବା ଲୋକ ଅଧିକ ଦୋଷୀ । 40 ଦିନ କାହିଁକି ନଷ୍ଟ କଲେ ରାଜ୍ୟ ସରକାର । ପ୍ରଥମ ଦିନରୁ ସିବିଆଇ କୁ ଦେଲେନି । ଜଣା ପଡି ଯାଇଥାନ୍ତା କିଏ ଦୋଷୀ କିଏ ନିର୍ଦୋସୀ । ମନ୍ତ୍ରୀଙ୍କୁ ବୁଲି ବୁଲି ଏମିତି ନିଜକୁ ନିଜେ କ୍ଲିନ ଚିଟ ଦେବାକୁ ପଡ଼ନ୍ତାନି ।

Spread the love