ଲେମ୍ବୁ କିଡନୀକୁ ରଖିବ ସଫା ଏବଂ ସୁସ୍ଥ

କିଡନୀ ରକ୍ତ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ , କିନ୍ତୁ ବେଳେବେଳେ ଏହି ବିଷାକ୍ତ ପଦାର୍ଥ କିଡନୀକୁ ନଷ୍ଟ କରିଥାଏ ଏବଂ କିଡନୀ ଫେଲ୍ ହୋଇଯାଇଥାଏ । କିନ୍ତୁ ପ୍ରତିଦିନ ଗୋଟିଏ ଡ୍ରିଙ୍କ୍ସ ପିଇ ଆପଣ କିଡନୀକୁ ସଫା କରିବା ସହ ନଷ୍ଟ ହେବାରୁ ବଞ୍ଚାଇପାରିବେ । ତେବେ ଆସନ୍ତୁ ଜାଣିବା କିଡନୀକୁ ସଫା କରୁଥିବା ଡ୍ରିଙ୍କ୍ସକୁ କେବେ ଏବଂ କେମିତି ପିଇବେ-

ହାଭାର୍ଡର ଏକ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୨ଟି ଲେମ୍ବୁର ରସ ପିଇବା ଦ୍ବାରା ୟୁରିନ୍ ସାଇଟ୍ରେଟ୍ ବୃଦ୍ଧି ପାଇଥାଏ ଏବଂ କିଡନୀରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଯେଉଁମାନେ ପ୍ରତିଦିନ ୨ରୁ ୨.୫ଲିଟର ପରିସ୍ରା କରନ୍ତି, ସେମାନଙ୍କର କିଡନୀ ଷ୍ଟୋନ୍ ହେବାର ବିପଦ କମ୍ ଥାଏ । କିଡନୀକୁ ସୁସ୍ଥ ରଖିବା ପାଇଁ ଏହି ଡ୍ରିଙ୍କ୍ସକୁ ଆପଣ ସକାଳେ ଏବଂ ଦ୍ବିପ୍ରହରରେ ପିଇପାରିବେ ।

ପୁଦିନା ସହିତ ଲେମ୍ବୁ ପାଣି : ଏକ ଗ୍ଲାସ୍ ପାଣିରେ ଲେମ୍ବୁ ରସ, ପୁଦିନା ପତ୍ର ଏବଂ କିଛି ଚିନି ମିଶାଇ ଭଲ ଭାବେ ମିଶାଇ ପିିିଅନ୍ତୁ।

ମସଲା ଲେମ୍ବୁ ସୋଡା : ଏକ ଗ୍ଲାସରେ ଲେମ୍ବୁ ରସ, ଜିରା-ଧନିଆ ପାଉଡର, ଚାଟ୍ ମସଲା ଏବଂ ସୋଡା ଭଲ ଭାବରେ ମିଶାନ୍ତୁ । ତା’ପରେ ଏହାକୁ ପିିିଅନ୍ତୁ।

Spread the love