ଖାଦ୍ୟରେ ସାମିଲ କରନ୍ତୁ ଲେମ୍ବୁ

ପ୍ରାୟ ଲୋକ ଖଟାଫଳ ଖାଇବାକୁ ପସନ୍ଦ କରିଥାନ୍ତି ।କିନ୍ତୁ ଅନ୍ୟ ଖଟାଫଳ ତୁଳନାରେ ଲେମ୍ବୁରେ ଭିଟାମିନ୍‍ ସି ଅଧିକ ପରିମାଣରେ ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ରୂପରେ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ।ଲେମ୍ବୁ ସେବନ କରିବା ଦ୍ୱାରା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରିଥାଏ।ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ। ଲେମ୍ବୁର ସେବନ କରିବା ଦ୍ୱାରା ବୃକକ୍‍ ଜନିତ ସମସ୍ୟା ଦୂର ହୋଇଥାଏ।ଲେମ୍ବୁରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ମୋଟାପଣ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁର ସେବନନିତ୍ୟାନ୍ତ ଜରୁୁରୀ।ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲେମ୍ବୁ ଖୁବ ଉପକାରୀ। ଲେମ୍ବୁରେ ଥିବା ଭିଟାମିନ  cର ମାତ୍ରା ଆଣ୍ଟି-ଅକ୍ସିଡାଣ୍ଟର କାର୍ଯ୍ୟ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।ଲେମ୍ବୁ ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।ଲେମ୍ବୁରେ ମାଗ୍ନେସିୟମର ମାତ୍ରା ରହିଛି। ମାଗ୍ନେସିୟମ ମୁଖ୍ୟତଃ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ବେଶ ସହାୟକ ହୋଇଥାଏ।ନିୟମିତ ଭାବେ ଲେମ୍ବୁର ସେବନ କରିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଖୁବ କମ୍‍ ଥାଏ।

Spread the love