ଗ୍ରୀଷ୍ମ ଋତୁରେ ଅଧିକ ଲେମ୍ବୁ ପାଣି ପିଉଥିଲେ ସାବଧାନ

 ଗ୍ରୀଷ୍ମ ତାପରୁ ନିଜକୁ ରକ୍ଷା କରିବାକୁ ପିଲାଠାରୁ ବୁଢା ପଯ୍ୟନ୍ତ ଥଣ୍ଡା ପାନୀୟ ଆପଣେଇଥାନ୍ତି ଯେମିତିକି ଲେମ୍ବୁ ପାଣି ପିଇବା । ହଁ ଲେମ୍ବୁ ପାଣି ପିଇବାର ଏକ ନିର୍ଦ୍ଦିଷ୍ଟ ପରିମାଣ ଅଛି । ହେଲେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଠିକ୍‌ କିନ୍ତୁ ଦରକାର ଠାରୁ ଅଧିକବହୁତ ଖରାପ୍‌ ହୋଇଥାଏ । ଆଜି ଆମେ ଲେମ୍ବୁ ବିଷୟରେ କହୁଛୁ, ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ଥାଏ । ଲେମ୍ବୁ ପାଣି ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଲେମ୍ବୁରୁ ଭିଟାମିନ୍ ସି, ପୋଟାସିୟମ୍ ଏବଂ ଫାଇବର ମଧ୍ୟ ମିଳିଥାଏ । କିନ୍ତୁ ଏହାକୁ ଅତ୍ୟଧିକ ପିଇବା ଦ୍ୱାରା ଆମକୁ ଏପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ…

୧-ଅଧିକ ଲେମ୍ବୁ ପାଣି ଖାଇବା ଦ୍ୱାରା ଦାନ୍ତ ନଷ୍ଟ ହୋଇପାରେ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯେଉଁଥିପାଇଁ ଏହା ଆପଣଙ୍କ ଦାନ୍ତର ଏନାଲ୍‌କୁ ନଷ୍ଟ କରିପାରେ ।

୨-ଲେମ୍ବୁ ପାଣି ଅତ୍ୟଧିକ ପିଇଲେ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ।

୩- ଲେମ୍ବୁ ପାଣି ଦରକାର ଠାରୁ ଅଧିକ ପିଇବା ଦ୍ବାରା ଗ୍ୟାସ୍‌ ମଧ୍ୟ ହୋଇପାରେ।

ଏକ ରିପୋର୍ଟ ଅନୁଯାୟୀ, ସାଇଟ୍ରସ୍ ଫଳଗୁଡିକ ମାଇଗ୍ରେନ୍‌ର ସମସ୍ୟାକୁ ବଢାଇଥାଏ। କାରଣ ଯାହା ମାଇଗ୍ରେନ୍‌ ସମସ୍ୟା ଉପରେ ପ୍ରଭାବ ପଡେ ।

Spread the love