ପ୍ରତିଦିନ ଶୋଇବା ପୂର୍ବରୁ ପିଅନ୍ତୁ ଗୋଟେ ଗ୍ଲାସ ଲେମ୍ବୁ ପାଣି, ମିଳିବ ଫାଇଦା

ମଣିଷ ଶରୀରରେ ଯଦି କୌଣସିଟି ଉପାଦାନ କମିଯାଏ ତେବେ ଗମ୍ଭୀର ସମସ୍ୟା ଦେଖାଦେଇଥାଏ । ଧୀରେ ଧୀରେ ମଣିଷ ରୋଗାଗ୍ରସ୍ତ ହୋଇପଡେ । ତେଣୁ ଆମେ ପ୍ରତିଦିନ ଗ୍ରହଣ କରୁଥିବା ଖାଦ୍ୟପେୟ ଉପରେ ନିହାତି ଧ୍ୟାନ ଦେବା ଜରୁରୀ । ଆମ ଶରୀରରେ ଜଳର ପରିମାଣ କମିଲେ ଶରୀର ଡିହାଇଡ୍ରେସନ ସମସ୍ୟା ଦେଖାଦିଏ । ଆଉ ମଧ୍ୟ ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକୁ ବାହାର କରିବାରେ ଜଳ ଏକ ପ୍ରମୁଖ ଭୂମିକା ନିଭେଇଥାଏ ଓ ଆଉ ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଜାଣନ୍ତିକି ଉଷୁମ ପାଣିରେ ଯଦି ଲେମ୍ବୁରସ ମିଶାଇ ଦିଆଯାଏ ତେବେ ଶରୀରକୁ ଅଜବ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଏବିଷୟରେ ଜାଣିବା:

ଭିଟାମିନ ସି ମିଳିଥାଏ:

ମଣିଷ ଶରୀର ପାଇଁ ଭିଟାମିନ-ସି ଖୁବ ଦରକାରୀ । ଯାହା ଆପଣଙ୍କୁ ଲେମ୍ବୁରୁ ମିଳିଯାଇ ପାରିବ । ଗୋଟେ ଗ୍ଲାସ ଉଷୁମ ପାଣିରେ କିଛି ଲେମ୍ବୁ ରସ ମିଶାଇ ନିୟମିତ ପିଇଲେ ଅନେକ ଗୁଡିଏ ରୋଗରୁ ମୁକ୍ତି ମିଳିଥାଏ ।

ଓଜନ ନିୟନ୍ତ୍ରଣରେ ରୁହେ:

ଯଦି ଆପଣଙ୍କ ଓଜନ ଦରକାର ଠାରୁ ଅଧିକ ଥାଏ ଓ ତାହାକୁ ଆପଣ ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଥାନ୍ତି । ତେବେ ନିୟମିତ ଲେମ୍ବୁ ପାଣି ପିଅନ୍ତୁ । କିଛି ଦିନ ଭିତରେ ଲକ୍ଷ କରିବେ ଆପଣଙ୍କ ଓଜନ ନିୟନ୍ତ୍ରଣକୁ ଆସିଯିବ ।

ପାଚନ ଶକ୍ତି ମଜବୁତ ହେବ:

ଯଦି ବ୍ୟକ୍ତିଙ୍କ ପାଚନ ଶକ୍ତି ଦୁର୍ବଳ ଥାଏ, ଆଉ କୋଷ୍ଠକାଠିନ୍ୟ ସମସ୍ୟା ଥାଏ । ତେବେ ଖାଦ୍ୟ ଠିକ ଭାବରେ ହଜମ ହେବା ପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଲେମ୍ବୁ ପାଣି ପିଇ ଦିଅନ୍ତୁ । ଏହା ଦ୍ୱାରା ଶରୀରର ମେଟାବୋଲିଜ୍ମ ଠିକ ରହିବ ।

ଶରୀର ହାଇଡ୍ରେଟ ରହିଥାଏ:

ସବୁ ସମୟରେ ଶରୀରକୁ ହାଇଡ୍ରେଟ ରଖିବା ନିହାତି ଦରକାର । ଯାହା ଲେମ୍ବୁପାଣି କରିପାରିବ । ଶୋଇବା ପୂର୍ବରୁ କିମ୍ବା ସକାଳୁ ଉଠିବା ପରେ ଲେମ୍ବୁ ପାଣି ପିଇଲେ ଆପଣଙ୍କୁ ଏହି ଲାଭ ମିଳିପାରି ଥାଏ ।

Spread the love