ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓ ଆତ୍ମନିର୍ଭର ଓଡ଼ିଶା ପାଇଁ ଆସନ୍ତୁ ଅକ୍ଳାନ୍ତ ପରିଶ୍ରମ କରିବା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଥିବା ଭର୍ଚୁଆଲ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଓଡ଼ିଶା ତଥା ଆତ୍ମନିର୍ଭର ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସେବେ ସମ୍ଭବ ହେବ ଯେବେ ଆତ୍ମନିର୍ଭର ଓଡ଼ିଶା ହେବ। ଆତ୍ମନିର୍ଭର ଓଡିଶା ସେବେ ସମ୍ଭବ ହେବ ଯେବେ ସାଢେ ୪ କୋଟି ଓଡ଼ିଆଙ୍କୁ ସବୁ ସୁବିଧା ମିଳିପାରିବ। ଏହାକୁ ଆଧାର କରି ରାଜ୍ୟରେ ଦଳ ସେବା, ସଂଗଠନ, ସମ୍ପର୍କ, ସଂଘର୍ଷ ଆଧାରରେ ଆଗକୁ ବଢ଼ିବା ଏବଂ ଆସନ୍ତା ସେପ୍େଟମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହାସହ ଗଞ୍ଜାମର ସେବା ମଡେଲ୍ ଯଥା ଲକ୍ ଡାଉନ୍ ସମୟରେ ଗଞ୍ଜାମର ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମାସ୍କ ବଂଟନ ଓ ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ‘ସହାୟ’ ଆପର ଶୁଭାରମ୍ଭ ଭଳି କାର୍ଯ୍ୟକୁ ଆମେ ସମସ୍ତେ ରାଜ୍ୟର ବିଭିନ୍ନ ଅଂଚଳରେ କରିବା ଦରକାର। ଆମେ ସମସ୍ତେ ରାଜନୈତିକ ସଂଗଠନର କାର୍ଯ୍ୟକର୍ତ୍ତା। ରାଜନୈତିକ କାର୍ଯ୍ୟକର୍ତା ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ମୂଳ ପ୍ରାର୍ଥକ୍ୟ ରହିଛି। ବ୍ୟବସାୟରେ ଯେପରି ସଫଳତା ପାଇଁ ଅନେକ ପଦ୍ଧତି ରହିଛି। ସେହିପରି ରାଜନୈତିକ ଦଳର ମଧ୍ୟ ସଫଳତା ପାଇଁ ବିଭିନ୍ନ ପଦକ୍ଷେପ ରହିଛି। ଏ ଦିଗରେ ଲକ୍ଷାଧିକକାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ବଳରେ ଭାରତୀୟ ଜନତା ପାର୍ଟି ଆଜି ଦେଶରେ ବୃହତ ବଟ୍ଟବୃକ୍ଷର ରୂପ ନେଇଛି। ଓଡ଼ିଶାରେ ପ୍ରମୁଖରାଜନୈତିକ ଶକ୍ତି ଭାବେ ଉଭା ହୋଇପାରିଛି। ଏହାକୁ ଆଗକୁ ନେବା ପାଇଁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହାସହ ଆଗାମୀ ଉପନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ବୁଥକୁ ମଜବୁତ୍ କରିବା ପାଇଁ ମାଗଦର୍ଶକ ଦେଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦଳପକ୍ଷରୁ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ହୋଇଯାଇଥିବା କାର୍ଯ୍ୟକାରିଣୀ ବୈଠକ ସଫଳ ହୋଇଛି। ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କ ଉଦ୍‌ବୋଧନ ଜାତୀୟ ରାଜନୀତିର ସାଂପ୍ରତିକ ସ୍ଥିତି, ଦଳର ଭୂମିକା, ଓଡ଼ିଶାରେ କାର୍ଯ୍ୟକର୍ତ୍ତା ମାନଙ୍କ ପରିଶ୍ରମକୁ ସ୍ୱୀକୃତି, ଆଗାମୀ ଦିନରେ ନୂଆ ଓଡ଼ିଶାର କଳ୍ପନା, ସ୍ଥାନୀୟ ସରକାରଙ୍କ ସମ୍ପର୍କରେ ଦଳର ଆଭମୁଖ୍ୟ, ସାଂଗଠନିକ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ତେବେ ଆଜିର ବୈଠକରେ ରାଷ୍ଟ୍ରୀୟ ସଭାପତିଙ୍କ ଦଳଠାରୁ ଥିବା ଅପେକ୍ଷା ଓ ଆଗାମୀ ଦିନ ପାଇଁ ପ୍ରସ୍ତୁତ ଖସଡ଼ାକୁ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଳରେ ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତା, ଦାୟିତ୍ୱ ଆଜି
ପ୍ରତିଫଳିତ ହୋଇଛି।ଓଡ଼ିଶା ସମେତ ସାରା ଭାରତବର୍ଷରେ କରୋନାର ମୁକାବିଲା, ଅର୍ଥନୀତି ସମ୍ଭାଳିବା ଏବଂ ଆତ୍ମନିର୍ଭର ଭାରତ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଗରିବଙ୍କ ପାଇଁ କଲ୍ୟାଣକାରୀ ଯୋଜନା, ମାଗଣା ଖାଦ୍ୟାନ୍ନ, ଆର୍ଥିକ ସହାୟତା, ଏମଏସଏମଇ କ୍ଷେତ୍ର ତଥା ଉଠା ଦୋକାନୀ ଓ ସବୁ ବର୍ଗର ଲୋକଙ୍କୁ ସହାୟତା ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ
କହିଥିଲେ ।

Spread the love