LIAFIର ୪ର୍ଥ ସାଧାରଣ ସଭା ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନଗମ ଭୁବନେଶ୍ୱର ମଣ୍ଡଳ ଅଭିକର୍ତ୍ତା ସଂଘର ୪ର୍ଥ ସାଧାରଣ ସଭା ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ଭବନରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ସଭାରେ ଅଭିକର୍ତ୍ତା ମାନଙ୍କ ସମସ୍ୟା ଏବଂ ଦାବି ଉପରେ ଆଲୋଚନା କରାଯାଇଛି ।

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ସର୍ବ ଭାରତୀୟ ସଭାପତି ଶିଙ୍ଗାରାପୁ ଶ୍ରୀନିବାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତମାନଙ୍କ ବିଭିନ୍ନ ସମସ୍ୟା, ଦାବି ଏବଂ ଜୀବନ ବୀମାର ଉପାଦେୟତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଚେତନତା ଉପରେ ଆଲୋଚନା କରିଛନ୍ତି । ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜୀବନ ବୀମା ଭୁବନେଶ୍ୱର ଡିଭିଜନ ମାର୍କେଟିଂ ମ୍ୟାନେଜର ଅଶୋକ କୁମାର ଭୂୟାଁ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବ କେନ୍ଦ୍ରୀୟ ଜୋନର ଶୁଭେନ୍ଦୁ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ ।

ଭାରତୀୟ ଜୀବନ ବୀମା ନିଗମ ଭୁବନେଶ୍ୱର ଡିଭିଜନାଲ କାଉନସିଲର ସଭାପତି ଦୀପକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାର ଆୟୋଜନ କରାଯାଇଛି । ସଭାରେ ୧୦୦୦ରୁ ଉର୍ଦ୍ଧ୍ୱ ଅଭିକର୍ତ୍ତାଙ୍କ ଉପସ୍ଥିତିରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବିଜୟ କୁମାର ସାହୁ ସଭାପତି, ସତ୍ୟଜିତ ମିଶ୍ର ସାଧାରଣ ସଂପାଦକ, ପ୍ରହ୍ଲାଦ କୁମାର ସାମଲ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଭାରତୀୟ ଜୀବନ ବୀମା ନିଗମ ଭୁବନେଶ୍ୱର ଡିଭିଜନାଲ କାଉନସିଲର ସାଧାରଣ ସଂପାଦକ ବିଜୟ କୁମାର ସାହୁ ସଭା ପରିଚାଳନା କରିଥିଲେ ।

Spread the love