କଣ ପାଇଁ ହୋଇଥାଏ ଝିଅ, ଆସନ୍ତୁ ଜାଣିବା…

ଚିନ୍ତା ମନୁଷ୍ୟ ମନରେ ସବୁଦିନ ସବୁ ସମୟରେ ଆସିଥାଏ। ସାଧାରଣତଃ ମନୁଷ୍ୟ ଚିନ୍ତାଗ୍ରସ୍ତ ସେତେବେଳେ ହୁଏ ଯେତେବେଳେ ତା’ ଆଗରେ ସମସ୍ୟାର ସେତୁବନ୍ଧ ରହିଥାଏ। ତା’କୁ ପାର କରି ଜୀବନ ଜିଇଁବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଏହାଦ୍ୱାରା ମନୁଷ୍ୟ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ। ଚିିନ୍ତା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ।

ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି କି, ଗର୍ଭବତୀ ଯଦି ଚିନ୍ତାଗ୍ରସ୍ତରେ ରହିଥାନ୍ତି ତାହେଲେ ଏହାର ପ୍ରଭାବ ତାଙ୍କ ଗର୍ଭାଶୟ ଉପରେ ପଡେ । ଚିନ୍ତା କାରଣରୁ ଲିଙ୍ଗ ନିର୍ଦ୍ଧାରଣ ହୋଇପାରେ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ସ୍ପେନର ଏକ ଅଧ୍ଧୟନରୁ ଏହା ଜଣାପଡିଛି ଯେ, ଗର୍ଭଧାରଣ ପୂର୍ବରୁ ଓ ଗର୍ଭଧାରଣ ସମୟରେ ଯଦି ମହିଳା ଜଣକ ଚିନ୍ତାଗ୍ରସ୍ତ ରୁହନ୍ତି ତାହେଲେ ଝିଅ ଜନ୍ମ ହେବାର ସମ୍ଭାବନା ରହିଛି।ଗ୍ରାନାଡା ୟୁନିଭର୍ସିଟିର ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଯଦି ଜଣେ ମହିଳା ଚିନ୍ତା ଗ୍ରସ୍ତ ହୁଅନ୍ତି ତେବେ ଏହାର ଖରାପ ପ୍ରଭାବ ଗର୍ଭରେ ଥିବା ଭ୍ରୁଣ ଉପରେ ପଡ଼ିଥାଏ। ଯାହାଦ୍ୱାରା ତାହା ସମ୍ବେଦନଶୀଳ ହୋଇପଡେ। ଚିନ୍ତାର ଅଧିକ ପ୍ରଭାବ ଗର୍ଭଧାରଣ ସମୟରେ ପଡ଼ିଥାଏ। କ୍ଲିନିକାଲ ଏଣ୍ଡୋକ୍ରାନୋଲୋଜି ଦ୍ୱାରା ପ୍ରକାଶିତ ଅଧ୍ୟୟନରେ ୧୦୮ମହିଳାଙ୍କୁ ପ୍ରଥମେ ସାମିଲ କରାଯାଇଥିଲା। ପ୍ରସବ ସମୟ ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନିଆଗଲା। ଗର୍ଭଧାରଣ ପୂର୍ବରୁ ଓ ଗର୍ଭଧାରଣ ପରେ ସେମାନଙ୍କର ମାନସିକ ଚିନ୍ତା ସ୍ତରକୁ ମପାଗଲା।

ମନୋବିଜ୍ଞାନୀଙ୍କ ସାହାଯ୍ୟରେ ପ୍ରଥମେ କେଶରେ କୋର୍ଟିସେଲର ମାତ୍ରାକୁ ଯାଞ୍ଚ କଲେ। ପରେ ଏହାର ମାତ୍ରାକୁ ଗର୍ଭଧାରଣ ପୂର୍ବରୁ ଥିବା କୋର୍ଟିସେଲର ମାତ୍ରା ସହ ତୁଳନା କରାଗଲା। ଶେଷରେ ଜଣାପଡିଲା ଯେଉଁମାନେ ପୁଅଙ୍କୁ ଜନ୍ମ ଦେଇଥିଲେ ସେମାନଙ୍କର କୋର୍ଟିସେଲ ମାତ୍ରା କମ ରହିଥିବା ବେଳେ ଯେଉଁମାନେ ଝିଅ ଜନ୍ମ କରିଛନ୍ତି ସେମାନଙ୍କର କୋର୍ଟିସେଲର ମାତ୍ରା ଅଧିକ ରହିଛି।

ତେବେ ବିଜ୍ଞାନ ସମ୍ମତ ଅନୁଯାୟୀ, ଏକ୍ସ କ୍ରୋମୋଜୋମ ଶୁକ୍ରାଣୁ ପାଇଁ ଝିଅ ଜନ୍ମ ହୋଇଥାନ୍ତି। ଏହାସହ ଭ୍ରୁଣର ବିକାଶ ସମୟରେ ମାନସିକ ଭାବେ ଚିନ୍ତାଗ୍ରସ୍ତ ରହିଲେ ଏହାର ପ୍ରଭାବ ଗର୍ଭାଶୟ ଉପରେ ପଡେ। ଯାହା ପାଇଁ ପିଲା ଜନ୍ମହେବା ପରେ ତା’ ପାଖରେ ଏଭଳି ବ୍ୟବହାର ଦେଖାଯାଏ

Spread the love