ହୋଲିରେ ଏହି ୩ ରାଶିର ରାଜଯୋଗ, ବଦଳିବ ଭାଗ୍ୟ, ମା’ ଲକ୍ଷ୍ମୀ କରିବେ ଧନବର୍ଷା; ଜାଣନ୍ତୁ…

ଚଳିତ ବର୍ଷ ହୋଲିପର୍ବ ମାର୍ଚ୍ଚ ୨୫ରେ ପାଳନ କରାଯିବ। ହୋଲିରେ ମଙ୍ଗଳ ଏବଂ ଶୁକ୍ର କୁମ୍ଭ ରାଶିରେ ମହାଲକ୍ଷ୍ମୀ ରାଜଯୋଗ ଆଣିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ କହିବା ମୁତାବକ ହୋଲିର ଶୁଭ ଅବସରରେ ୩ ରାଶିର ଜାତକଧାରୀଙ୍କ ଭାଗ୍ୟ ବଦଳିପାରେ।

-ତୁଳା-ତୁଳା ରାଶିର ଜାତକଧାରୀମାନେ ଶୁଭ ସମାଚାର ଶୁଣିବେ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିବ। ଆୟ ବୃଦ୍ଧି ଯୋଗ ହେବ। ବ୍ୟବସାୟୀମାନେ ଲାଭ କମାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ। ସହଜରେ ଧନ ସଞ୍ଚୟ କରିପାରିବେ।

-ବିଛା- ମହାଲକ୍ଷ୍ମୀ ରାଜଯୋଗ ବିଛା ରାଶିର ଜାତକଧାରୀଙ୍କୁ ଲାଭାନ୍ବିତ କରିବ। ସୁଖସମୃଦ୍ଧି ବଢ଼ିବ। ସମ୍ପତ୍ତି କିମ୍ବା ଯାନବାହନ କ୍ରୟ କରିପାରନ୍ତି। ପୂର୍ବରୁ କରିଥିବା କୌଣସି ନିବେଶରୁ ଲାଭ ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ଏବଂ ବେତନ ବୃଦ୍ଧିର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।

-କୁମ୍ଭ- ଏହି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ। ଇଚ୍ଛା ମୁତାବକ କାର୍ଯ୍ୟରେ ସଫଳତା ମିଳିବ। ଧନ ରୋଜଗାରର ଭଲ ସୁଯୋଗ ମିଳିବ। ଆୟ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ଆସିବ। ସାହସ ଏବଂ ପରାକ୍ରମ ବଢ଼ିବା ଯୋଗୁ ଶତ୍ରୁ ଭୟଭୀତ ହେବେ। ଏହି ସମୟରେ ନେଇଥିବା ନିର୍ଣ୍ଣୟ ଯୋଗୁ ଦୀର୍ଘଦିନ ଧରି ଲାଭରେ ରହିବେ।

Spread the love