ୟୁକ୍ରେନ ସଙ୍କଟ: ବୁଖାରେଷ୍ଟରୁ ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ବାହାରିଲା ବିମାନ

ଆଦିଲ୍ଲୀ ୨୬।୦୨: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ରୋମାନିଆରୁ ଉଡାଣ ଭରିଲା ବିମାନ। ରୁଷ ସହିତ ଉତ୍ତେଜନା କାରଣରୁ ୟୁକ୍ରେନ ନିଜର ଆକାଶମାର୍ଗ ବନ୍ଦ କରି ଦେଇଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବିକଳ୍ପ ମାର୍ଗ ଜରିଆରେ ବୁଖାରେଷ୍ଟ ଅଣା ଯାଇଥିଲା। ରୋମାନିଆର ବୁଖାରେଷ୍ଟରୁ ଉଡାଣ ଭରିଥିବା ବିମାନ ଭାରତୀୟ ସମୟ ଅନୁସାରେ ରାତି ୯ଟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବ।

ସେଠାରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ସମସ୍ତଙ୍କୁ ସ୍ଵାଗତ କରିବେ। ଜୟଶଙ୍କର ଟ୍ଵିଟ୍ କରି ବିମାନରେ ବସିଥିବା ଲୋକଙ୍କ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି, ଭାରତ ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ବାହାର କରିବା ଉଦ୍ୟମ ପ୍ରଗତି କରୁଛି। ରୋମାନିଆରେ ଭାରତର ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତବ ବିମାନ ଭିତରେ ଭାରତୀୟ ନାଗରିକଙ୍କୁ ଖାସ୍ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଭାରତ ସରକାର ସମସ୍ତଙ୍କ ସୁରକ୍ଷିତ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦିନ ରାତି କାମ କରୁଛି। ଆମର ମିଶନ ସେ ପର୍ଯ୍ୟନ୍ତ ପୂରା ହେବ ନାହିଁ ଯେ ପର୍ଯ୍ୟନ୍ତ ଆମେ ଅନ୍ତିମ ବ୍ୟକ୍ତିଙ୍କୁ ସୁରକ୍ଷିତ  ବାହାର କରିନୁ।

ସେ ୟୁକ୍ରେନରୁ ବାହାର କରାଯାଇଥିବା ଭାରତୀୟଙ୍କୁ ବିମାନ ବନ୍ଦର ମାଇକ୍‌ ଜରିଆରେ ଭାବୁକପୂର୍ଣ୍ଣ ସନ୍ଦେଶ ଦେଇ କହିଛନ୍ତି, ଆଜିର ଦିନ ଅର୍ଥାତ ଫେବୃଆରୀ ୨୬କୁ ଜୀବନରେ ମନେ ରଖି ଥାଆନ୍ତୁ।

Spread the love