ବଜ୍ରପାତ ପାଇଁ ବଜ୍ର ଯୋଜନା: ହାତୀ ଖାଇବେ ତାଳ, ଗଛ ଦେବ ସୁରକ୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ତାଳ ଗଛ ଲଗାଯାଉଛି। କିପରି ରାଜ୍ୟରେ ଅଧିକ ତାଳ ଗଛ ଲଗାଯାଇପାରିବ ସେନେଇ ବ୍ୟାପକ ପଦକ୍ଷେପ ନେବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡିଏଫ୍‌‌ଓମାନଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ତାଳ ମଞ୍ଜିକୁ ଜଙ୍ଗଲରେ ଲଗାଉଛନ୍ତି। ତାଳ ଗଛ ଦ୍ୱାରା ଅନେକ ସମୟରେ ବଜ୍ରପାତଜନିତ ମୃତ୍ୟୁ ରୋକିଥାଏ। ଏହା ସହିତ ହାତୀମାନଙ୍କର ଖାଦ୍ୟ ମଧ୍ୟରୁ ତାଳ ଏକ ପ୍ରମୁଖ ଖାଦ୍ୟ ହୋଇଥିବାରୁ ଏହା ମଧ୍ୟ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ରଖିବା ପାଇଁ ସହାୟକ ହେବ। ଏଭଳି କାରଣ ପାଇଁ ବନ ବିଭାଗ ପକ୍ଷରୁ ତାଳ ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

Spread the love