କଳା ନିର୍ଦ୍ଦେଶକ ଲିଲାଧର ସାୱନ୍ତଙ୍କ ଦେହାନ୍ତ

ପ୍ରାୟ ୨୫ ବର୍ଷ ଧରି ବଲିଉଡରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଲିଲାଧର ସାୱନ୍ତ ଆଉ ନାହାଁନ୍ତି । ଗତକାଲି ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମହାରାଷ୍ଟ୍ରର ଓ୍ବାଶିମ୍ ଜିଲ୍ଲାର ଜୌଲକା ଗ୍ରାମରେ ପତ୍ନୀ ପୁଷ୍ପା ସାଓ୍ବନ୍ତଙ୍କ ସହ ରହୁଥିବା ଲିଲାଧର , ଦୀର୍ଘଦିନ ଧରି ଅସୁସ୍ଥ ଥିବା ସହିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଥିଲେ ଯେ, ବର୍ତ୍ତମାନ୍ ଲିଲାଧର ବହୁତ୍ କଷ୍ଟଦାୟକ ଜୀବନ ଅତିବାହିତ କରୁଛନ୍ତି । ସେ ଅସୁସ୍ଥ ଓ ଅସହାୟ ହୋଇ ପଡିଛନ୍ତି । ଏହା ସହିତ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । କେବଳ ଏତିକି ନୁହେଁ, ଏହା ସହିତ ତାଙ୍କର ଦୁଇଟି ବାଇପାସ ସର୍ଜରୀ ଓ ଦୁଇଥର ବ୍ରେନ୍ ହାମରେଜ୍ ମଧ୍ୟ ହୋଇ ସାରିଛି । ପ୍ରାୟ ସେ ୧୭୦ ଟି ଫିଲ୍ମରେ କଳା ନିର୍ଦ୍ଦେଶନା ଦେଇଥିଲେ। ଏହା ସହିତ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।

Spread the love