ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ, ହାତ ଖୋଲି ଦେଲେ ସରକାର

ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ସୋମବାର ସନ୍ଧ୍ୟାରେ ସହାୟତା ପ୍ୟାକେଜ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥାନାନ୍ତର ହେବାକୁ ଥିବା ଘର, ମଠ ଓ ଦୋକାନ ପାଇଁ ସହାୟତା ଘୋଷଣା କରାଯାଇଛି। ଅଧିଗୃହିତ ଜମି ଲିଙ୍ଗରାଜ ନାଁରେ ରେକର୍ଡ କରାଯିବ। ଜମି ହରାଉଥିବା ଲୋକଙ୍କ ନାଁରେ ପ୍ରକଳ୍ପ ଅଞ୍ଚଳରେ ଫଳକରେ ଲେଖାଯିବ। ସ୍ଥିତିବାନ ଘର ପାଇଁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ମିଳିବ। ଅଧିଗୃହିତ ଜମି ପାଇଁ ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯିବ। ଯଦି କେହି ଜମି ବଦଳରେ ଜମି ଚାହିଁବେ, ଅନ୍ୟତ୍ର ଜମି ମିଳିବ। ବିସ୍ଥାପିତ ହେବାକୁ ଥିବା ପରିବାର ପାଇଁ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଜମି ଅଧିଗ୍ରହଣ ଦିନଠାରୁ ବର୍ଷେ ଯାଏ ମାସିକ ୧୫ ହଜାର ଘରଭଡ଼ା ଯୋଗାଇ ଦିଆଯିବ।ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ଏକାକାଳୀନ ୩୦ ହଜାର ଟଙ୍କା ଦିଆଯିବ । ବିସ୍ଥାପିତ ମଠପାଇଁ ଜମି ଆବଣ୍ଟନ, ସରକ୍ଷଣ ବିଏମସି ସ୍ଥିର କରିବ। ୩୦ ଦିନ ମଧ୍ୟରେ କେହି ସ୍ବଇଚ୍ଛାରେ ଜମି ଦେଲେ ଅତିରିକ୍ତ ୧୦% ମିଳିବ। ବାସଗୃହ ହରାଉଥିବା ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ମିଳିବ। ଦୋକାନ ଘର ମାଲିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ପାଇଁ ୧ ଲକ୍ଷ ମିଳିବ। ୨୦୦ ବର୍ଗ.ମି ଦୋକାନ ପାଇଁ ଦୋକାନ ମିଳିବ ଯାଏ ମାସିକ ୧୫ ହଜାର। ୨୦୦ ବର୍ଗ.ମି.ରୁ ଅଧିକ ପାଇଁ ଦୋକାନ ମିଳିବ ଯାଏ ମାସିକ ୨୦ ହଜାର। ଦୋକାନ ହରାଉଥିବା ଲୋକଙ୍କୁ ୫୦% ରିହାତିରେ ଦୋକାନ ଘର। ଦୋକାନ ମାଲିକ ଚାହିଁଲେ ଏକାଥରେ ୨୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ। ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ଏକାକାଳୀନ ୩୦ ହଜାର ଟଙ୍କା ଦିଆଯିବ ।

Spread the love