ଝୁଲିଲା ଶ୍ରୀଲିଙ୍ଗରାଜଙ୍କ ଶୀତଳଶଷ୍ଠୀ ଯାତ୍ରା

ଭୁବନେଶ୍ୱର, ୨୧/୦୫: ଶ୍ରୀଲିଙ୍ଗରାଜଙ୍କ ଶୀତଳଶଷ୍ଠୀ ଯାତ୍ରା ପାଇଁ ବିଏମସି କମିଶନରଙ୍କ ଅନୁମତି ମିଳିଲାନି। ଏହାକୁନେଇ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର କାର୍ଯ୍ୟାଳୟରେ ଚାରି ନିଯୋଗ ସହ ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନା ହୋଇଥିଲା। ବାହାରି ପାରିଲାନି କୌଣସି ନିଷ୍କର୍ସ। ସେବାୟତଙ୍କ ଦାବି ପରମ୍ପରା ରକ୍ଷା କରାଯାଉ। ଏନେଇ ବିଏମସି କମିଶନର ଓ ଡିସିପିଙ୍କୁ ଭେଟିବେ ଚାରି ନିଯୋଗ। ଆସନ୍ତା ୨୭ରେ ପଡୁଛି ଶୀତଳଶଷ୍ଠୀ ଯାତ୍ରା।

ଏହି ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ବିମାନରେ ବସି କେଦାର ଗୌରୀ ମନ୍ଦିରକୁ ଯାଇଥାନ୍ତି। ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାପାଇଁ ହଜାର ହଜାର ଲୋକଙ୍କ ଗହଳି ହୋଇଥାଏ। ହେଲେ ଚଳିତବର୍ଷ କରୋନା ଜନିତ ଲକଡାଉନ ପାଇଁ ତାହା ସମ୍ଭବ ହୋଇପାରିନି। ତେବେ କମ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା କରିବାକୁ ଦାବି ହୋଇଛି।

Spread the love