ଲିଙ୍ଗରାଜ ହାଟ ଏବେ ଅବହେଳିତ ଅବସ୍ଥାରେ

 ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସର୍ବପୁରାତନ ଲିଙ୍ଗରାଜ ହାଟ ଏବେ ଅବହେଳିତ ଅବସ୍ଥାରେ। ପାନୀୟ ଜଳ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ଭଳି ମୌଳିକ ସୁବିଧା ସୁଯୋଗ ନଥିବାରୁ ଏଠାରେ ଉଭୟ ଗ୍ରାହକ ଓ ବେପାରୀ ସବୁବେଳେ ହଟହଟା ହେଉଛନ୍ତି। ସେହିଭଳି ବିଦ୍ୟୁତ୍ ସେବା, ସଫେଇ ଆଦି ବ୍ୟବସ୍ଥା ମଧ୍ୟ ସମସ୍ୟାଘେରରେ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ଐତିହ୍ୟ ହାଟ ଭାବେ ପରିଚିତ ଏହି ହାଟକୁ ନେଇ ଲୋକେ ମନ୍ଦିର ପ୍ରଶାସନକୁ ଦାୟୀ କରୁଛନ୍ତି। ନିଲାମ ବାବଦ ଅର୍ଥ ମନ୍ଦିର ପ୍ରଶାସନ ଖାତାକୁ ଯାଉଥିଲେ ହେଁ ରକ୍ଷଣାବେକ୍ଷଣ କାମ ହେଉନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଆସୁଛନ୍ତି।

Spread the love