ଏକାମ୍ରକ୍ଷେତ୍ରରେ ଜାଗର ଯାତ୍ରା: ବିଳମ୍ବରେ ଚାଲିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ନିର୍ଦ୍ଧାରିତ ସମୟରେ ଉଠିପାରିଲାନି ମହାଦୀପ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠି ପାରି ନାହିଁ। ମନ୍ଦିରର ବିଭିନ୍ନ ନୀତିକାନ୍ତିରେ ବିଳମ୍ବ କାରଣରୁ ମହଦୀପ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠି ପାରି ନ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ଠିକ୍‌ ସମୟରେ ମହାଦୀପ ଉଠିପାରି ନଥିଲେ ମଧ୍ୟ ଶ୍ରଦ୍ଧାଳୁ ଶିବଙ୍କ ସ୍ମୃତିରେ ଉଜାଗର ବସିଛନ୍ତି। ମହାଦୀପ ଉଠିଲା ପରେ ବ୍ରତ ଭଙ୍ଗ କରିବାକୁ ମନ ବଳାଇଛନ୍ତି। ଅନ୍ୟପଟରେ ଲିଙ୍ଗରାଜ ମନ୍ଦିର ପରିସର ହରିବୋଲ ଓ ହୁଳହୁଳିରେ ଉଛୁଳି ଉଠିଛି। ସୂଚନାଯୋଗ୍ୟ, ଆଜି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ପୂର୍ବରୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ବର୍ତ୍ତମାନ ପୂର୍ବାନୁମାନ କରାଯାଉଛି ଯେ, ମହାଦୀପ ଉଠିଲା ବେଳକୁ ପ୍ରାୟ ୧୨ଟା ହୋଇପାରେ।
ଚଳାଇଥିଲେ। ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏକାମ୍ର କ୍ଷେତ୍ରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିଥିଲେ। ତେଣୁ ସିଟି ବସ୍‌ ସଂଖ୍ୟା ବଢ଼ାଇଦିଆଯାଇଥିଲା। ସେହିଭଳି ଗାଡ଼ି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ବିଏମ୍‌ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ, ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ଓ ନୂତନ ମାର୍କେଟ୍‌ ନିକଟରେ ପାର୍କିଂ ସ୍ଥାନ ନିରୂପଣ କରାଯାଇଥିଲା।

Spread the love