ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଯାଉଛି। ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି। ପୁଣି ଉପବାସରେ  ପ୍ରଭୁ ଲିଙ୍ଗରାଜ। ସକାଳୁ ସିଂହଦ୍ୱାର ଖୋଲା ନୀତି ହୋଇଛି। କିନ୍ତୁ ମଙ୍ଗଳ ଆଳତି କରାଯାଇ ନାହିଁ। ମଙ୍ଗଳ ଆଳତି ଠାରୁ ନିତିକନ୍ତି ବନ୍ଦ ରହିଛି। ବ୍ରାହ୍ମଣ ନିଯୋଗର ପତି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି। 

ମନ୍ଦିର ପ୍ରଶାସନକୁ ଏଇ ବିଷୟରେ ଆମେ ଲିଖିତ ଆକାରରେ ଦିଆଯାଇଛି। କଣ ଏହା ପଛରେ କାରଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ। ସେପଟେ ବଡୁ ନିଯୋଗ କହିଛି ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି। କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ।
ତେବେ ଲିଙ୍ଗରାଜଙ୍କ ଅବକାଶ, ମଙ୍ଗଳଆଳତୀ ବନ୍ଦ । ପୂଜା ପଣ୍ଡା ନ ଆସିବାରୁ ମଙ୍ଗଳ ଆଳତୀ ବନ୍ଦ ରହିଛି । ଏ ବାବଦରେ ADMଙ୍କୁ ଅବଗତ କରାଇବେ ଲିଙ୍ଗରାଜ ମନ୍ଦିର ପୂଜକ କର୍ତ୍ତୃପକ୍ଷ। ନୀତିକାନ୍ତି ବନ୍ଦ ହେବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଦେଇଛି।  

Spread the love